କନକ ବ୍ୟୁରୋ: ଦେବଝରଣ ଜଳଭଣ୍ଡାର ଟାପୁ ଜମି ଫେରିବ । ଡେରିରେ ହେଉ ପଛେ, ଚେତିଛି ପ୍ରଶାସନ । କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀ ତତ୍ପରତା ଦେଖାଇଛନ୍ତି । ପଟ୍ଟା ଖାରଜ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରାଯାଇଛି । ଅଧିକୃତ ଜମିର ପଟ୍ଟା କ୍ଷୁଦ୍ର ଜଳସେଚନ ବିଭାଗ ବିଭାଗକୁ ହସ୍ତାନ୍ତର ହୋଇନଥିବାରୁ ଏପରି ସମସ୍ୟା ଉପୁଜିଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଜମି ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
୧୯୭୯ ମସିହାରେ ଜଳଭଣ୍ଡାର ପାଇଁ ଜମି ଅଧିଗ୍ରହଣ କରିଥିଲା କ୍ଷୁଦ୍ର ଜଳସେଚନ ବିଭାଗ । ପ୍ରଶ୍ନ ଉଠୁଛି, ଏତେ ବର୍ଷ ଯାଏ କାହିଁକି ପଟ୍ଟା ପାଇଁ ଆବେଦନ ହୋଇନଥିଲା ? କିଏ କରିଥିଲା ଚଞ୍ଚକତା ? ଏହା ପଛରେ ମାଷ୍ଟରମାଇଣ୍ଡ୍ କିଏ? ଅଧିଗ୍ରହଣ ସରିଥିବା ବେଳେ ଜମି ଆଉଥରେ ବିକ୍ରି ହେଲା କେମିତି ? କେବଳ ଜମି ଫେରାଇଆଣିବା ନୁହେଁ, ଘଟଣା ପଛରେ ମାଷ୍ଟର ମାଇଣ୍ଡ କିଏ, କେଉଁ କେଉଁ ଅଧିକାରୀ ଏଥିରେ ସମ୍ପୃକ୍ତ, ସେ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।