‘ସାନ ସିନା ଦାନ ତା’ ମହାନ’ : ଉତ୍ତରାଖଣ୍ଡ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ସମ୍ବଲପୁରସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ

Advertisment

ଏକତ୍ରିତ ଅର୍ଥକୁ ସେମାନେ ଚଳିତମାସ ୨୨ ତାରିଖରେ ସମ୍ବଲପୁରର ଜିଲ୍ଲାପାଳ ଶ୍ରୀଯୁକ୍ତ ଏସ.ବି. ବିନ୍ଦର (IAS)ଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ପ୍ରଦାନ କରିବାର ସୌଭାଗ୍ୟ ପାଇଥିଲେ । 

ଏକତ୍ରିତ ଅର୍ଥକୁ ସେମାନେ ଚଳିତମାସ ୨୨ ତାରିଖରେ ସମ୍ବଲପୁରର ଜିଲ୍ଲାପାଳ ଶ୍ରୀଯୁକ୍ତ ଏସ.ବି. ବିନ୍ଦର (IAS)ଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ପ୍ରଦାନ କରିବାର ସୌଭାଗ୍ୟ ପାଇଥିଲେ । 

school

school Photograph: (KanakNews)

କନକ ବ୍ୟୁରୋ : ସମ୍ବଲପୁରସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ଉତ୍ତରାଖଣ୍ଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ଦୁଃଖ ଶୁଣିବା ପରେ ତାଙ୍କ ପାଇଁ ସମ୍ବେଦନଶୀଳତା ପ୍ରକାଶ କରି ଯଥାସମ୍ଭବ ସାହାଯ୍ୟ କରିବାକୁ ଆଗଭର ହୋଇ ଏକ ଛୋଟିଆ ସହାୟତାର ପ୍ରୟାସ କରିଛନ୍ତି । ସେଥିପାଇଁ ବିଦ୍ୟାଳୟର ବାଣିଜ୍ୟ ଛାତ୍ରଛାତ୍ରୀମାନେ ଶିକ୍ଷୟିତ୍ରୀ ସୀମା ସିଂଙ୍କ ତତ୍ତ୍ଵାବଧାନରେ ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ପ୍ରଧାନ ଶିକ୍ଷୟିତ୍ରୀ,ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କଠାରୁ ଚାନ୍ଦା ଆଦାୟ କରିଥିଲେ । ଏକତ୍ରିତ ଅର୍ଥକୁ ସେମାନେ ଚଳିତମାସ ୨୨ ତାରିଖରେ ସମ୍ବଲପୁରର ଜିଲ୍ଲାପାଳ ଶ୍ରୀଯୁକ୍ତ ଏସ.ବି. ବିନ୍ଦର (IAS)ଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ପ୍ରଦାନ କରିବାର ସୌଭାଗ୍ୟ ପାଇଥିଲେ । 

ଏହି ଅବଦାନ ଉତ୍ତରକାଶୀର ସମ୍ପ୍ରତି ବନ୍ୟା ପୀଡ଼ିତଙ୍କ ପାଇଁ ଚାଲିଥିବା ବନ୍ୟା ରିଲିଫ୍ ପ୍ରୟାସକୁ ସମର୍ଥନ କରିବା ପାଇଁ ଏକ ହୃଦୟସ୍ପର୍ଶୀ ପଦକ୍ଷେପ । ସେମାନଙ୍କ ଆଲୋଚନା ସମୟରେ ଜିଲ୍ଲାପାଳ ମହୋଦୟ ଛାତ୍ରଛାତ୍ରୀମାନଙ୍କର ପ୍ରତିବଦ୍ଧତାର ପ୍ରଶଂସା କରିଥିଲେ ଏବଂ ତାଙ୍କ ନିଜ ଯାତ୍ରା ବିଷୟରେ ଏକ ବ୍ୟକ୍ତିଗତ କାହାଣୀ ଶୁଣାଇଥିଲେ । ସେ କହିଥିଲେ ଯେ ସ୍ନାତକ ପରେ ସେ ସିଭିଲ୍ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରସ୍ତୁତିରୁ ଆରମ୍ଭ କରି ସଫଳତା ପର୍ଯ୍ୟନ୍ତ ସେ କିପରି ଭାବେ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିଥିଲେ ଏହା ଶୁଣିଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାରେ ଧ୍ୟାନ ଦେବାକୁ ଉତ୍ସାହିତ କରିଥିଲେ ଜିଲ୍ଲାପାଳ । ଏହା ସହିତ ଛାତ୍ରଛାତ୍ରୀଙ୍କୁ ମନେ ପକାଇ ଦେଇଥିଲେ ଯେ ଆଜି ସେମାନେ ଯେଉଁ ଜ୍ଞାନ ହାସଲ କରନ୍ତି ତାହା ସିଭିଲ୍ ସର୍ଭିସ୍ ପରୀକ୍ଷାର ଏକ ମୌଳିକ ଅଂଶ । ଜିଲ୍ଲାପାଳଙ୍କୁ ଭେଟି ଛାତ୍ରଛାତ୍ରୀ ମଧ୍ୟ ବହୁତ ଖୁସି ହୋଇ କହିଛନ୍ତି ‘ଆମମାନଙ୍କ ପାଇଁ ପ୍ରକୃତରେ ଏହା ଏକ ପ୍ରେରଣାଦାୟକ ଦିନ ଥିଲା । ଯାହାକୁ ଆମେ କେବେ ଭୁଲିପାରିବୁ ନାହିଁ ।’ 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe