ସିସିଟିଭି ନଜରରେ ରହିବ ସମ୍ବଲପୁର ସହର: ୨୪ଟି ପ୍ରମୁଖ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି ଲଗାଇବ ସମ୍ବଲପୁର ମହାନଗର ନିଗମ

Advertisment

ଏଣିକି ସମ୍ବଲପୁର ସହରକୁ ଜଗିବ ସିସିଟିଭି ।  ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରର ୨୪ଟି ପ୍ରମୁଖ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ମହିଳାଙ୍କ ସୁରକ୍ଷା ସହ ଚୋର, ତସ୍କର ଓ ବେପରୁଆ ଗାଡି ଚାଳକଙ୍କୁ ଧରାଯାଇପାରିବ । 

ଏଣିକି ସମ୍ବଲପୁର ସହରକୁ ଜଗିବ ସିସିଟିଭି ।  ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରର ୨୪ଟି ପ୍ରମୁଖ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ମହିଳାଙ୍କ ସୁରକ୍ଷା ସହ ଚୋର, ତସ୍କର ଓ ବେପରୁଆ ଗାଡି ଚାଳକଙ୍କୁ ଧରାଯାଇପାରିବ । 

fefe

କନକ ବ୍ୟୁରୋ: ଏଣିକି ସମ୍ବଲପୁର ସହରକୁ ଜଗିବ ସିସିଟିଭି ।  ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରର ୨୪ଟି ପ୍ରମୁଖ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ମହିଳାଙ୍କ ସୁରକ୍ଷା ସହ ଚୋର, ତସ୍କର ଓ ବେପରୁଆ ଗାଡି ଚାଳକଙ୍କୁ ଧରାଯାଇପାରିବ । 

ଆଉ ଖସିପାରିବେନି ଅସାମାଜିକ ବ୍ୟକ୍ତି କି ଅପରାଧୀ। ସମ୍ୱଲପୁର ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ବ୍ୟବସ୍ଥା ଆପଣାଇଛି ସମ୍ୱଲପୁର ପୁଲିସ ଓ ସମ୍ୱଲପୁର ମହାନଗର ନିଗମ। ସାରା ସହରରେ ଲାଗିବ ଅତ୍ୟାଧୁନିକ ଉଚ୍ଚ କ୍ଷମତା ସଂପନ୍ନ ସିସିଟିଭି। ଟେଣ୍ଡର ସରିଛି। ଅଇଁଠାପାଲି, ତଳିଛକ, ବରେଇପାଲି, ରେମେଡ଼, କ୍ଷେତରାଜପୁର, ମୋଡ଼ିପଡ଼ା, ବୁଢାରାଜା ଫାଟକ, ଜିଏମ କଲେଜ ଛକ, ଗୋଲବଜ଼ାର, ଗୋବିନ୍ଦତୋଲା, ଧନୁପାଲିରେ ତୁରନ୍ତ ସିସିଟିଭି ଲଗାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। 

ବିଭିନ୍ନ କଲେଜ ଛକରେ ଲାଗିବ ୩୦ଟି ଏକ୍ସ ଜୁମ୍ କ୍ୟାମେରା। ନେଲସନ ମାଣ୍ଡେଲା ଛକରେ ୧୦ଟି ୨୦୦ ମିଟର ନିରୀକ୍ଷଣ କରିପାରୁଥିବା  କ୍ୟାମେରା ଲଗାଯିବ। ୮୦ଟି ଉଚ୍ଚ କ୍ଷମତା ସମ୍ପର୍କ ସିସିଟିଭି, ୧୦ଟି ଫେସିଆଲ୍ ରେକଗ୍‌ନାଇଜେସନ ସିସିଟିଭି ମଧ୍ୟ ଲଗାଯିବ। ଟ୍ରାଫିକ୍ ପରିଚାଳନା ପାଇଁ ବିଭିନ୍ନ ଛକରେ ୧୨ଟି ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି ଲଗାଯିବ। ଆଗକୁ କିଭଳି ଅଧିକ ସଂଖ୍ୟାରେ ସିସିଟିଭି ଲଗାଯାଇପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। 

୨୦୧୮ରେ ସମ୍ବଲପୁର ସହରର ବିଭିନ୍ନ ଛକରେ ୬୩ଟି ସିସିଟିଭି କ୍ୟାମେରା ଲାଗିଥିଲା। ସେଥିମଧ୍ୟରୁ ଅନେକ ଅଚଳ ହୋଇଯାଇଛି। ଏବେ ପୁଣି ମହାନଗର ନିଗମ ସିସିଟିଭିର ନୂଆ ଲଗାଇବାକୁ ଯୋଜନା କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe