କନକବ୍ୟୁରୋ : ମଣିଷ ଯେବେ ପଶୁ ପାଲଟିଯାଏ ସେବେ ସେ ନିଜେ କଣ କରିପାରେ ଜାଣିପାରେନି  , ଏପରିକି ନିଜର ମାନସିକ ସ୍ଥିତି ମଧ୍ୟ ହରାଇବସେ , ବେଳେବେଳେ ନିଜର କ୍ରୋଧ ଦ୍ବାରା ସ୍ଥିତି ହଜାଇଦିଏ ,  ସେମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଅନୁଷ୍ଠାନ ରେ ଏହି ଦୃଶ୍ୟ ଆପଣଙ୍କୁ ବି କନ୍ଦାଇଦେବ , କଣ ସତରେ ଆମେ ଏତେ ତଳ ସ୍ତରକୁ ଯାଇପାରୁ 

Advertisment

ଘଟଣା ପ୍ରଘଟ ହେବା ପରେ ଅଧ୍ୟକ୍ଷ ହରିଶ ଚନ୍ଦ୍ର ଦାସକୁ ଗିରଫ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। ଏହା ପରେ ତାଙ୍କୁ ଅଟକ ରଖାଯାଇଛି  । ଏଥିସହ ସମର୍ଥ କେନ୍ଦ୍ରକୁ ବ୍ଲାକ୍‌ ଲିଷ୍ଟ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।   ସମ୍ବଲପୁର ଧନୁପାଲି ଥାନା ପୁଟିବନ୍ଧ ସ୍ଥିତ ସମର୍ଥ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏପରିକି ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ସହ ଅକଥନୀୟ ନିର୍ଯାତନା ଦିଆଯାଉଥିବାର ଭିଡିଓ ହୋଇଥିଲା ଭାଇରାଲ ।

କଥା କଥାରେ ମାଡ଼ ଓ ଗାଳି ଦେଉଥିବା ଭିଡିଓ ଭାଇରାଲ ହୋଇଛି। ଅନ୍ତେବାସୀଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ସମର୍ଥ କେନ୍ଦ୍ରରେ ପହଞ୍ଚି ଚଢାଉ କରିଥିଲେ ପ୍ରଶାସନ ଓ ପୋଲିସ ।  ଟିଭି ସ୍କ୍ରିନ୍‌ରେ ଏ ହେଉଛି ମାଡ଼ ସମୟର ଏକ୍ସକ୍ଲୁସିଭ୍ ଦୃଶ୍ୟ ।  ଦିବ୍ୟାଙ୍ଗଙ୍କୁ କିଭଳି ଖାଦ୍ୟ ପରସା ଯାଉଛି ଦେଖନ୍ତୁ । ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରଖାଯିବା ସହ ଦିଆଯାଉଛି ମାଡ଼ ।  ଅନ୍ତେବାସୀଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ସମର୍ଥ କେନ୍ଦ୍ରରେ ପହଞ୍ଚି ଚଢାଉ କରିଛି ପୋଲିସ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମର୍ଥ ଥଇଥାନ କେନ୍ଦ୍ରର ସମ୍ପାଦକ ଓ ସହାୟିକା ।