କନକବ୍ୟୁରୋ : ବିଜେପି ନେତାଙ୍କୁ ହାଇଓ୍ବା ଗାଡି ଚଢାଇ ନିର୍ମମ ହତ୍ୟା ଘଟଣାର ଚାଲିଛି ଖୋଳତାଡ଼। କାହିଁକି ହତ୍ୟା କଲା ହାଇୱା ଡ୍ରାଇଭର ସେନେଇ ତଦନ୍ତ କରୁଛି ପୋଲିସ। ହାଇୱା ସଂସ୍ଥାର କର୍ମଚାରୀଙ୍କୁ ଡାକି ପଚରାଉଚରା କରୁଛି ପୋଲିସ । କେବଳ ହତ୍ୟାକାଣ୍ଡ ଘଟାଇଥିବା ହାଇୱା ଡ୍ରାଇଭରକୁ ପୋଲିସ ଗିରଫ କରିଛି । ଏହାରି ଭିତରେ ବଡ଼ ବୟାନ ରଖିଛନ୍ତି ସମ୍ବଲପୁର ଏସ୍ପି । ତଦନ୍ତ ସମୟରେ ପ୍ରତ୍ୟେକ ଥର ଅଲଗା ଅଲଗା ଉତ୍ତର ରଖୁଛି ଡ୍ରାଇଭର । ଗାଡି ମାଲିକଙ୍କୁ ବି ପଚରାଉଚରା କରାଯିବ । ସଂଧ୍ୟା ସୁଦ୍ଧା ଘଟଣାର ପୃଷ୍ଠଭୂମି ଜଣାପଡିବ। ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ହାଇଓ୍ବା ଡ୍ରାଇଭର ଜାଣିଶୁଣି ହତ୍ୟା କରିଥିବା ଏସପି କହିଛନ୍ତି ।
---
କେମିତି ହେଲା ନେତାଙ୍କୁ ହତ୍ୟା?
- ଗତ ୩ ତାରିଖରେ ରେଙ୍ଗାଲିର ପୂର୍ବତନ ବିଧାୟକଙ୍କ ସହ ଭୁବନେଶ୍ବର ଆସିଥିଲେ ବିଜେପି ନେତା
- ଚାଷୀ ସମସ୍ୟା ନେଇ ନାଉରୀ ନାୟକଙ୍କ ସହ ଭୁବନେଶ୍ବର ଆସିଥିଲେ ୫ ବିଜେପି ନେତା
- ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଥିଲେ
- ଚାଷୀଙ୍କୁ ଧାନ ବିକ୍ରି ପାଇଁ ଅନୁମତି ମିଳିବା ପରେ ନାଉରୀ ନାୟକଙ୍କ ସହ ସମ୍ବଲପୁର ଯାଇଥିଲେ
- ନାଉରୀ ନାୟକ ଓ ଅନ୍ୟ ଜଣେ ସମ୍ବଲପୁରରେ ରହିଯାଇଥିଲେ
- ଅନ୍ୟମାନେ ଗୋଟିଏ କାରରେ ଗାଁ ଅଭିମୁଖେ ବାହାରିଥିଲେ
- କାରଟି ଜାତୀୟ ରାଜପଥରେ ଯାଉଥିବା ବେଳେ ଏକ ହାଇୱା ପଛପଟୁ ଧକ୍କା ଦେଇଥିଲା
- ହାଇୱା ଧକ୍କାରେ କାରର ପଛପଟ କାଚ ଭାଙ୍ଗି ଯାଇଥିଲା
- ଏହା ପରେ ପୁଣି ଥରେ କାରକୁ ଧକ୍କା ଦେଇଥିଲା ହାଇୱା
- କାର ଚାଳକ ଜାତୀୟ ରାଜପଥ ଛାଡି ଝରେଇପାଲି ଗାଁ ରାସ୍ତାରେ କାର ନେଇଥିଲେ
- ହାଇୱା ଚାଳକ ଜାତୀୟ ରାଜପଥରୁ ଗାଁ ରାସ୍ତାର ଶହେ ମିଟର ଦୂରରେ କାରକୁ ଧକ୍କା ଦେଇଥିଲା
- ହାଇୱା ଧକ୍କା ଦେବାରୁ ବିଜେପି ନେତା ଥିବା କାରଟି ଓଲଟି ପଡ଼ିଥିଲା
- କାରରେ ଥିବା ବିଜେପି ନେତା ଚିତ୍କାର କରିଥିଲେ
- ନେତାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ସ୍ଥାନୀୟ ଲୋକ
- ଘଟଣାସ୍ଥଳରେ ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଛି
ତେବେ ଏ ଘଟଣା ନେଇ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ସେ କହିଛନ୍ତି ଏହା ସୁପର କିଂଲି ହୋଇଛି ଏହା ସୁପାରୀ ଦ୍ବାରା ଏଭଳି ଘଟଣା ହୋଇଥିବା ସେ କହିଛନ୍ତି
ସିସିଟିଭି ଫୁଟେଜ ଦେଖି ଦିଅନ୍ତୁ, ପୁରା ସ୍ପଷ୍ଟ ଜଣା ପଡୁଛି , ଅନ୍ୟଙ୍କୁ ମାରିବା ପାଇଁ ଡ୍ରାଇଭର ସୁପାରି ନେଇଥିଲା , କାହାକୁ ମାରିବା ପାଇଁ ସୁପାରି ନେଇଥିଲା, କିଏ ସୁପାରି ଦେଇଥିଲା ପୋଲିସ ତଦନ୍ତ କରିବା ପରେ ଜଣାପଡିବ , କାହାକୁ କେହି ବିନା କାରଣରେ ମାରେ ନାହିଁ , ଅନ୍ୟକୁ ମାରିବା ବଦଳରେ ଭୁଲ ବଶତଃ ଏମାନଙ୍କୁ ମାରିଥିବା ଜୟ ମିଶ୍ର କହିଛନ୍ତି , ପୋଲିସ ତଦନ୍ତ କରୁଛି , କରିବାକୁ ଦିଅନ୍ତୁ ,
ପଶ୍ଚିମ ଓଡିଶାରେ ଆଶା ଅଛି ପୋଲିସ ଉପଯୁକ୍ତ ତଦନ୍ତ କରିବେ ମାଫିଆ ମାନେ ସବୁ ଜାଗାରେ ରହିଛନ୍ତି କିନ୍ତୁ ଏଥିରେ ରାଜନୈତିକ ଷଡଯନ୍ତ୍ର ଥିବା ମତେ ଲାଗୁନି ସେପଟେ ଏ ନେଇ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ଦେଇଛନ୍ତି ସେ କହିଛନ୍ତି ଏହା ଉପରେ ବର୍ତ୍ତମାନ ପୋଲିସ ତଦନ୍ତ କରୁଛି , ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ ଯଦି ଷଡ଼ଯନ୍ତ୍ର ହୋଇଥିବ, ଷଡ଼ଯନ୍ତ୍ରକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଫେରାର ଡ଼୍ରାଇଭରକୁ ତୁରନ୍ତ ଗିରଫ କରାଯାଇ ତଦନ୍ତ ଚାଲିଛି ସ୍ବର୍ଗତ ମୂରଲୀଧର ଛୁରିଆ ଓ ଦେବେନ୍ଦ୍ର ନାୟକ ଦଳର ବହୁତ ପୁରୁଣା କାର୍ଯ୍ୟକର୍ତ୍ତା ଥିଲେ , ଦଳ ପାଇଁ ତାଙ୍କର ବହୁତ ଅବଦାନ ଥିଲା , ଉଭୟଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ଦୁଇ ମୃତକଙ୍କ ପରିବାର ବର୍ଗଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ଅନ୍ୟ ମନ୍ତ୍ରୀ ଏବଂ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଭେଟି ସମବେଦନା ଜଣାଇଛନ୍ତି ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/06/OLJixLplRtEQxvIHOJ5l.jpg)