କନକ ନ୍ୟୁଜ: ପିଲାଙ୍କୁ ପରିବେଶ ସହ ଯୋଡ଼ିବାର ପ୍ରୟାସ। ଦୈନିକ ସମ୍ୱାଦପତ୍ର ସମ୍ୱାଦର ୪୧ତମ ସ୍ୱନକ୍ଷତ୍ର ଅବସରରେ ସମ୍ୱାଦ - ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ହୋଇଛି ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା। ରବିବାର ସାରାରାଜ୍ୟର ୫୯୭ଟି କେନ୍ଦ୍ରରେ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା କରାଯାଇଛି । ସବୁଠାରୁ ବଡ଼କଥା ହେଉଛି ପ୍ରତିଯୋଗିତାର ସମସ୍ତ ପ୍ରଶ୍ନପତ୍ରଗୁଡ଼ିକ ରହିଥିଲା ପରିବେଶ ସମ୍ପର୍କିତ । ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା ସଚେତନତାକୁ ଦୃଷ୍ଟିରେ ରଖି ସମ୍ୱାଦ ଗ୍ରୁପ ଆରମ୍ଭ କରିଥିବା ପୁନଶ୍ଚ ପୃଥିବୀ ଅଭିଯାନକୁ ସଫଳ କରିବା । ବିଶେଷ କରି ରାଜ୍ୟର ଭବିଷ୍ୟତ ପୀଢ଼ିଙ୍କୁ ପ୍ରକୃତି ଓ ପରିବେଶ ସଂପର୍କରେ ଅବଗତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏଥର ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଭାଗ ନେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସମ୍ୱାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ।
ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପଞ୍ଜିକରଣ କରିଥିଲେ ମୋଟ୍ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ । ଚିତ୍ରାଙ୍କନରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୧ ଲକ୍ଷ ୧୯ ହଜାର ୧୮୦ ଛାତ୍ରଛାତ୍ରୀ । ହସ୍ତାକ୍ଷରରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ୧ ଲକ୍ଷ ୮ ହଜାର ୧୯୦ ଛାତ୍ରଛାତ୍ରୀ । ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ନବମ ଓ ଦଶମ ଶ୍ରେଣୀର ୯୩ ହଜାର ୬୦ ଛାତ୍ରଛାତ୍ରୀ
ପଞ୍ଜିକରଣ କରିଥିଲେ । ପ୍ରବଳ ବର୍ଷା ସତ୍ୱେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ।
ସମସ୍ତ କେନ୍ଦ୍ରରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ରାଜ୍ୟସ୍ତରରେ ପୁନଃ ମୂଲ୍ୟାୟନ ହୋଇ ରାଜ୍ୟସ୍ତରୀୟ ବିଜେତାଙ୍କୁ ଚୟନ କରାଯିବ। ତେବେ ପରିବେଶ ସଂପର୍କିତ ପ୍ରଶ୍ନପତ୍ର ଗୁଡିକୁ ନେଇ ପ୍ରତିଯୋଗୀମାନେ ମଧ୍ୟ ବେଶ ଆଗ୍ରହ ଦେଖାଇଛନ୍ତି। ଯାହା ପରିବେଶ ସଚେତନତା କ୍ଷେତ୍ରରେ ସମ୍ୱାଦର ପୁନଶ୍ଚ ପୃଥିବୀ ଅଭିଯାନକୁ ସଫଳ କରିବ ବୋଲି ଆଶା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/9EdNTzo26mTIe89BOU83.jpg)