କନକ ବ୍ୟୁରୋ: ସମ୍ୱାଦ ଓ କନକ ନ୍ୟୁଜର ସ୍ୱନକ୍ଷତ୍ର ଦିବସ । ୪୧ ବର୍ଷ ହେଲା ଲୋକଙ୍କ ସ୍ୱର ସାଜିଛି ଦୈନିକ ଖବରକାଗଜ ସମ୍ବାଦ । ୧୬ ବର୍ଷ ଧରି ପରବର୍ତ୍ତନର ସ୍ବର ହୋଇଛି କନକ ନ୍ୟୁଜ୍ । ନିର୍ଭୀକ ଖବର ପରିବେଷଣ ପାଇଁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସୃଷ୍ଟି କରିଛି ସ୍ବତନ୍ତ୍ର ସ୍ଥାନ ।
ସଜେଇ ହେଇଥିଲା ସମ୍ୱାଦ ଭବନ । ବିରାଟ ପରିବାରର ବିରାଟ ଆୟୋଜନ । କୋଣ ଅନୁକୋଣରୁ ଆସିଥିଲେ ସମ୍ୱାଦ ଓ କନକ ପରିବାରର ପ୍ରତିନିଧି । କାରଣ ଆଜି ସମ୍ୱାଦ ଓ କନକ ନ୍ୟୁଜର ଜନ୍ମଦିନ । ୪୧ ଅତିକ୍ରମ କରି ୪୨ ବର୍ଷରେ ପାଦ ଦେଇଛି ସମ୍ୱାଦ ଓ କନକକୁ ଆଜିଠାରୁ ଚାଲିଲା ୧୭ ବର୍ଷ । ଏହି ମୂହୁର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଆୟୋଜିତ ହୋଇଥିଲା ବନ୍ଧୁ ମିଳନ । ସମ୍ୱାଦର ସଂଘର୍ଷ ଓ ସଫଳତାର ଯାତ୍ରା କାହାଣୀକୁ ମନଖୋଲି କହିଥିଲେ ସମ୍ୱାଦ ପରିବାରର କର୍ମକର୍ତ୍ତା। ଖୁସିର ମୁହୁର୍ତ୍ତ କହୁ କହୁ ଅନେକଙ୍କ ଆଖି ବି ଭିଜିଥିଲା। ସମ୍ୱାଦ ପରିବାର ସହ ଅନେକ ଦଶନ୍ଧିର ସମ୍ପର୍କକୁ ସ୍ମରଣୀୟ କରିବା ପାଇଁ ପୁରୁଣା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସବୁବେଳେ କିଛି କିଛି ନୂଆ ପ୍ରୟୋଗ ଓ ପ୍ରୟାସ କରିଥାଏ ସମ୍ୱାଦ ପରିବାର। ଆଗକୁ ଏହି ଧାରା ଜାରି ରହିବ ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ।
ଏତେ ଦିନ ଭିତରେ ସମ୍ବାଦ ଓ କନକ ନ୍ୟୁଜ ଲୋକଙ୍କର ବିଶ୍ବାସ ଓ ଭରସା ଜିତିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । କେବଳ ଖବର ସହ ନୁହେଁ ରକ୍ତଦାନଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ କଥା ବି ଚିନ୍ତା କରିଛି ସମ୍ବାଦ ପରିବାର । ଆମେ ଲୋକଙ୍କୁ ୟୋଡିବାକୁ ଚେଷ୍ଟା କରିଛୁ, ଲୋକଙ୍କ ସହଯୋଗ ମିଳିଛି ଓ ପାଠକ ଓ ଦର୍ଶକଙ୍କ ପାଖରେ ଗ୍ରହଣୀୟ ହୋଇଛି ସମ୍ବାଦ ଓ କନକ ନ୍ୟୁଜ ।
ନା ପ୍ରତିଯୋଗୀତା ନା ପ୍ରତିଦ୍ବନ୍ଦିତା। କେବଳ ଖବର ଆଉ ଖବର । ଲୋକଙ୍କ ସ୍ବର ହୋଇ ଆଗକୁ ବଢୁଛି ସମ୍ବାଦ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/04/7pm6-2025-10-04-21-09-23.jpg)