କନକ ବ୍ୟୁରୋ: ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ଘଟଣାରେ ଜିଲ୍ଲାପାଳଙ୍କ ପଦକ୍ଷେପ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । କାହିଁକି ଠିକ୍ ଭାବରେ ଅନୁଷ୍ଠାନ ପରିଦର୍ଶନ କରୁନଥିଲେ ବୋଲି କାରଣ ଦର୍ଶାଅ ନୋଟିସ ଦେଇଛନ୍ତି ଜିଲ୍ଲାପାଳ। ନିର୍ୟାତନା ଘଟଣାର ତଦନ୍ତ କରି ଉପଜିଲ୍ଲାପାଳ ତଦନ୍ତ ରିପୋର୍ଟ ଦେଲା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି । ଆଜି ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଖାଇବା ପିଇବା ଓ ସୁରକ୍ଷା ହେଉଛି ପ୍ରାଥମିକତା । ପରବର୍ତ୍ତୀ ଅବସ୍ଥାରେ ନିଆଯିବ ପଦକ୍ଷେପ । କିଛି ଦିନ ତଳେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ଦିଆଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଘଟଣାରେ ମୋଟ ୪ ଜଣ ଗିରଫ ହୋଇସାରିଲେଣି । ପ୍ରଥମେ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ଓ କେୟାର ଟେକର ଗିରଫ ହୋଇଥିଲେ। ବୁଧବାର ସମ୍ପାଦକଙ୍କ ପୁଅ ଶୁଭ୍ରଜିତ ଦାସ ଅନ୍ୟ ଜଣେ ଗିରଫ ହୋଇଛନ୍ତି, ସମ୍ପାଦକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆସିଛି ।
ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗକୁ ନିର୍ଯାତନା ଘଟଣା । ଜିଲ୍ଲାପାଳ ନେଲେ କାର୍ଯ୍ୟାନୁଷ୍ଠାନ ।
ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗକୁ ନିର୍ୟାତନା ଘଟଣାରେ ଜିଲ୍ଲାପାଳଙ୍କ କାର୍ୟ୍ୟାନୁଷ୍ଠାନ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ । ଆଜି ଅନ୍ତେବାସୀଙ୍କୁ କରାଯିବ ଅନ୍ୟତ୍ର ସ୍ଥାନାନ୍ତର । ଖାଇବା, ପିଇବା ଇତ୍ୟାଦିକୁ ଦିଆଯିବ ପ୍ରାଥମିକତା ।
/kanak/media/media_files/2025/01/31/3BrTSn7E4HxReagHlEYV.jpg)