କନକ ବ୍ୟୁରୋ: ପଦାକୁ ଆସୁଛି ସମ୍ବଲପୁରରେ ସମର୍ଥ ଅନୁଷ୍ଠାନର ଗୋଟିଏ ପରେ ଗୋଟିଏ କଳାକାରନାମାର ସତ । ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ଅମାନବୀୟ ବ୍ୟବହାର ପରେ ସଂସ୍ଥାକୁ କଳାତାଲିକା ଭୁକ୍ତ କରାଯାଇଛି । ଏହାରି ଭିତରେ ସମ୍ପାଦକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଅନ୍ତେବାସୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଧନୁପାଲି ଥାନାରେ ମାମଲା ରୁଜୁ ହୋଇଛି । ବର୍ଷକରେ ୬ଜଣ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଖୋଳତାଡ ଆରମ୍ଭ ହୋଇଛି ।
ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ଶାରୀରିକ ନିର୍ୟାତନା ଦିଆଯାଉଥିବା ଅଭିଯୋଗ ପରେ ଏବେ ସମ୍ପାଦକଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ସମ୍ପାଦକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ଅନ୍ତେବାସୀ । ଅସହାୟତାର ସୁଯୋଗ ନେଇ ଅନ୍ତେବାସୀଙ୍କୁ ସମ୍ପାଦକ ଦୁଷ୍କର୍ମ କରିଥିବା ପୀଡ଼ାତାଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ସମ୍ପାଦକ ହରିଶଚନ୍ଦ୍ର ଦାସଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଅନ୍ତେବାସୀଙ୍କୁ ଡାକ୍ତରୀମାଇନା କରାଯାଇଛି । ତେବେ ଆଶ୍ରୟ କେନ୍ଦ୍ରରେ ଚାଲିଥିଲା କଣ, ଅଭିଯୋଗ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି, ସତ ଖୋଜୁଛି ସମ୍ଭଲପୁର ପୋଲିସ।
ସନ୍ଦେହରେ ୬ ଅନ୍ତେବାସୀଙ୍କ ମୃତ୍ୟୁ
ସାଧାରଣ ମୃତ୍ୟୁ ନା ନିର୍ୟାତନା ପରର ମୃତ୍ୟୁ?
ବର୍ଷକ ଭିତରେ ସମର୍ଥ ଅନୁଷ୍ଠାନରେ ୬ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି କରିଛି । କନକ ନ୍ୟୁଜରେ ଖବର ଖବର ପ୍ରସାରଣ ପରେ ଅନୁଷ୍ଠାନରେ ସାଇଣ୍ଟିଫିକ ଟିମ ପହଁଚି ଛାନଭିନ ଆରମ୍ଭ କରିଛି । ଲାଠି ଓ ବାଡି ଜବତ ସହ ଅନ୍ତେବାସୀ ମୃତ୍ୟୁର କାରଣ ନେଇ ଖୋଲତାଡ କରିଛି । ୬ଜଣଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ସାଇଣ୍ଟିଫିକ ଟିମ୍ ପହଂଚି ତଦନ୍ତ କରିଛି ।