କନକ ବ୍ୟୁରୋ: ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ପରେ ସ୍ଥାନାନ୍ତର ହେଲେ ଅନ୍ତେବାସୀ ପ୍ରଶାସନର ତତ୍ତ୍ବାବଧାନରେ ୪୨ଜଣ ଅନ୍ତେବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏମାନଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ବେଳେ ୨୭ ଜଣ ପୁରୁଷ ରହିଛନ୍ତି । ଅନୁଷ୍ଠାନରୁ ମୁକୁଳିବା ପରେ ଖୁସି ପ୍ରକାଶ କରିବା ସହ ଅନେକ ଅନ୍ତେବାସୀ ନିଜ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ଘଟଣାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ ।

Advertisment

କାହିଁକି ଠିକ୍ ଭାବରେ ଅନୁଷ୍ଠାନ ପରିଦର୍ଶନ କରୁନଥିଲେ ବୋଲି କାରଣ ଦର୍ଶାଅ ନୋଟିସ ଦେଇଛନ୍ତି। ନିର୍ଯାତନା ଘଟଣାର ତଦନ୍ତ କରି ଉପଜିଲ୍ଲାପାଳ ତଦନ୍ତ ରିପୋର୍ଟ ଦେଲା ପରେ ଜିଲ୍ଲାପାଳ ଏହି  ପଦକ୍ଷେପ ନେଇଛନ୍ତି । ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି । ପ୍ରଥମେ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ଓ କେୟାର ଟେକର ଗିରଫ ହୋଇଥିଲେ । ବୁଧବାର ସମ୍ପାଦକଙ୍କ ପୁଅ ଶୁଭ୍ରଜିତ ଦାସ ଅନ୍ୟ ଜଣେ ଗିରଫ ହୋଇଛନ୍ତି, ସମ୍ପାଦକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆସିଛି ।

 

ସେପଟେ ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣାରେ ଜିଲ୍ଲାପାଳ ପଦକ୍ଷେପ ନେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । କାହିଁକି ଠିକ୍ ଭାବରେ ଅନୁଷ୍ଠାନ ପରିଦର୍ଶନ କରୁନଥିଲେ ବୋଲି କାରଣ ଦର୍ଶାଅ ନୋଟିସ ଦେଇଛନ୍ତି ଜିଲ୍ଲାପାଳ । ନିର୍ଯାତନା ଘଟଣାର ତଦନ୍ତ କରି ଉପଜିଲ୍ଲାପାଳ ତଦନ୍ତ ରିପୋର୍ଟ ଦେଲା ପରେ ଜିଲ୍ଲାପାଳ ଏହି  ପଦକ୍ଷେପ ନେଇଛନ୍ତି । ଆଜି ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ଯୋଜନା ରହିଥିଲା । ଖାଇବା ପିଇବା ଓ ସୁରକ୍ଷା ହେଉଛି ପ୍ରାଥମିକତା । ପରବର୍ତ୍ତୀ ଅବସ୍ଥାରେ ନିଆଯିବ ଆବଶ୍ୟକ ପଦକ୍ଷେପ । କିଛି ଦିନ ତଳେ  ଦିବ୍ୟାଙ୍ଗଙ୍କୁ ନିର୍ୟାତନା ଦିଆଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।