କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବା ମା ସମଲେଶ୍ୱରୀ। ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ପୀଠକୁ ଆସିଥାନ୍ତି । କିନ୍ତୁ ମନ୍ଦିର ଗର୍ଭ ଗୃହ ପାଇଁ ଅସମ୍ଭାଳ ହେଲାଣି ଧୂଆଁ । ଧୂଆଁରେ ଗର୍ଭଗୃହର କାନ୍ଥ ଓ ଛାତର ଭିତର ଅଂଶସବୁ କଳା ପଡିଗଲାଣି । ସମଲେଶ୍ଵରୀଙ୍କ ରୂପାର ପରଭା ବି ଧୀରେ ଧୀର କଳା ପଡ଼ିଯାଉଛି । ତେବେ ଏନେଇ ମନ୍ଦିର ପ୍ରଶାସନ ଓ ଶ୍ରଦ୍ଧାଳୁଙ୍କ ଭିତରେ ଉଦବେଗ ପ୍ରକାଶ ପାଇଛି ।