ଖବର ବାଜିଲା, ପ୍ରଶାସନ ଚେତିଲା! ସମଲେଇ ମନ୍ଦିର ପୂଜକଙ୍କୁ ମିଳିଲା ପଟ୍ଟା

Advertisment

ସମଲେଇ ମନ୍ଦିର ପୂଜକଙ୍କୁ ମିଳିଲା ଜମି ପଟ୍ଟା। ମନ୍ଦିର ପରିସରରୁ ବିସ୍ଥାପିତ ହେବାର ଦୀର୍ଘ ଦିନ ପରେ ୨୭ଟି ପରିବାରକୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି ପୂଜକଙ୍କୁ ପଟ୍ଟା ନମିଳିବାରୁ ନିରାଶ ହୋଇଥିଲେ।

ସମଲେଇ ମନ୍ଦିର ପୂଜକଙ୍କୁ ମିଳିଲା ଜମି ପଟ୍ଟା। ମନ୍ଦିର ପରିସରରୁ ବିସ୍ଥାପିତ ହେବାର ଦୀର୍ଘ ଦିନ ପରେ ୨୭ଟି ପରିବାରକୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି ପୂଜକଙ୍କୁ ପଟ୍ଟା ନମିଳିବାରୁ ନିରାଶ ହୋଇଥିଲେ।

samalei patta

କନକ ବ୍ୟୁରୋ: ସମଲେଇ ମନ୍ଦିର ପୂଜକଙ୍କୁ ମିଳିଲା ଜମି ପଟ୍ଟା। ମନ୍ଦିର ପରିସରରୁ ବିସ୍ଥାପିତ ହେବାର ଦୀର୍ଘ ଦିନ ପରେ ୨୭ଟି ପରିବାରକୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି ପୂଜକଙ୍କୁ ପଟ୍ଟା ନମିଳିବାରୁ ନିରାଶ ହୋଇଥିଲେ। ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ଆଉ ଏବେ ଜମି ପଟ୍ଟା ମିଳିବା ପରେ ପୂଜକଙ୍କ ଖୁସି ନକହିଲେ ସରେ।

  • ଖବର ବାଜିଲା, ପ୍ରଶାସନ ଚେତିଲା!
  • ସମଲେଇ ମନ୍ଦିର ପୂଜକଙ୍କୁ ମିଳିଲା ପଟ୍ଟା

ଦୀର୍ଘ ଦିନ ଅପେକ୍ଷାର ଅନ୍ତ। ନୂଆ ସରକାର ଆସିବା ପରେ ମା’ ସମଲେଇ ମନ୍ଦିର ପୂଜକଙ୍କୁ ମିଳିଛି ଜମି ପଟ୍ଟା। ସମ୍ବଲପୁର ତହସିଲଦାର କାର୍ଯ୍ୟାଳୟରେ ୨୭ଜଣ ପୂଜକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏଥିପାଇଁ ନୂଆ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପୂଜକ।

ସମଲେଇ ପ୍ରକଳ୍ପ ତିଆରି ସମୟରେ ସମସ୍ତ ପୂଜକଙ୍କୁ ବିସ୍ଥାପିତ କରି ନୂଆ ସ୍ଥାନରେ ଜାଗା ଦେଇଥିଲେ ସରକାର। ହେଲେ ସେହି ଜାଗାରେ ଘର ତୋଳି ଗୃହ ପ୍ରବେଶ ସରିଥିଲେ ମଧ୍ୟ ପଟ୍ଟା ମିଳିନଥିଲା। ବାରମ୍ବାର ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହୋଇଥିଲେ ପୂଜକମାନେ। ଶେଷରେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଯାହାକୁ ନେଇ ପୂଜକଙ୍କ ମନରେ ଖୁସି କହିଲେ ନସରେ।

ତେବେ ପୂର୍ବରୁ ପଟ୍ଟା ଦେବାରେ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ମା’ ସମଲେଶ୍ୱରୀ ମନ୍ଦିରର ପୂଜକ ମାନେ କ୍ଷୋଭ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe