କନକ ବ୍ୟୁରୋ: ଓଡ଼ିଶାରେ ନ୍ୟୁରୋସର୍ଜରୀରେ ଗୁରୁତ୍ୱପୂର୍ଣ୍ଣ ସଫଳତା । ସଫଳ ଅସ୍ତ୍ରୋପଚାର କରିଛି ଆଇଏମଏସ ସମ୍‌ ହସ୍ପିଟାଲ । ବ୍ରେନ ମ୍ୟାପିଂ ଦ୍ୱାରା ଚେତା ଥିବା ଅବସ୍ଥାରେ ହୋଇଛି ଏହି ବିରଳ ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର । ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କର ଏହି ଅସ୍ତ୍ରୋପଚାର କରାଯାଇଛି । ବ୍ରେନ ମ୍ୟାପିଂ ଟେକ୍ନୋଲୋଜି ଦ୍ୱାରା ହୋଇଛି ସଫଳ ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର । ଅତ୍ୟାଧୁନିକ ପ୍ରଣାଳୀରେ ହୋଇଥିବା ଅପରେସନ ଦ୍ୱାରା ରୋଗୀକୁ ସମ୍ପୂର୍ଣ୍ଣ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଆଇଏମଏସ ସମ ହସ୍ପିଟାଲର ନ୍ୟୁରୋ ସର୍ଜନ । ପ୍ରଥମ ଥର ପାଇଁ ଓଡିଶାରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର । ଏହି ଚିକିତ୍ସା ପ୍ରଣାଳୀ ଦ୍ୱାରା ଜଟିଳ ମସ୍ତିସ୍କ ଗଠନରେ ଅବସ୍ଥିତ ଟ୍ୟୁମରକୁ ସୁରକ୍ଷିତ ଭାବେ କାଢ଼ିପାରିଛନ୍ତି ବିଶେଷଜ୍ଞ ମାନେ । ନ୍ୟୁର ସର୍ଜନ କ୍ଷେତ୍ରରେ ଏହା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।