କନକ ବ୍ୟୁରୋ: ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ କେହି କେବେ ଭୁଲି ପାରିବେନି ।  ସୀମାରେ ଶତ୍ରୁକୁ ଦେଖାନ୍ତି ସେମାନେ ନାଲି ଆଖି । ଛାତିରେ ଗୁଳି ଖାଇ ଆମକୁ ଛାତ ଭଳି ଦିଅନ୍ତି ସୁରକ୍ଷା ।  ସେନା ଅଛି ବୋଲି ସୀମା ପାର କରିପାରନ୍ତି ନାହିଁ ଶତ୍ରୁ ।  ସେନା ଅଛି ବୋଲି ଆମେ ଅଛୁ ।  ସେମାନେ ନୀଡର, ସେମାନେ ସାହସୀ ଆଉ ସେମାନେ ବାହାଦୁର ।

Advertisment

ନିଜ ପିଲା ଛୁଆ, ସ୍ତ୍ରୀ, ବାପା, ମାଙ୍କୁ ଛାଡି ସେମାନେ ଚାଲିଯାଆନ୍ତି ସୀମାକୁ ଦେଶର ସୁରକ୍ଷା ପାଇଁ । ନିଜ ବଳିଦାନ ଦେଇଦିଅନ୍ତି ପଛେ ହେଲେ ଦେଶର ମୁଣ୍ଡ ତଳକୁ ନକରିବାକୁ ସେ ପଣ କରିଥାନ୍ତି । ସେମାନେ ହେଉଛନ୍ତି ଆମ ଭାରତୀୟ ଯବାନ... ଆମ ଯବାନ.... ଆଜି ଦେଶ ପାଳୁଛି 78ତମ ଭାରତୀୟ ସେନା ଦିବସ  ।

ଭାରତୀୟ ସେନାର ସାହସ, ନିସ୍ୱାର୍ଥପରତା, ଆଉ ବଳିଦାନକୁ ସମ୍ମାନ ଦେବାକୁ ଯାଇ ଆଜି ଦେଶ ପାଳୁଛି ଇଣ୍ଡିଆନ ଆର୍ମି ଡେ ।  ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖରେ ଭବ୍ୟ ସମାରୋହ, ସୈନ୍ୟ ପରେଡର ସମାରୋହ ସହ ସେନା ଦିବସ ପାଳନ ହୁଏ  ।  ଆଉ ଚଳିତ ଜୟପୁରରେ ସେନା ଦିବସ ପାଳନ ହେଉଛି ।

ଆହୁରି ପଢ଼ନ୍ତୁ... ସେନାର ବୀରତ୍ୱ-ସାହସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରେ : ସେନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଏହି ଦିନ ସେନା ଦିବସ ପାଳନ କରିବାର କିଛି ଖାସ କାରଣ ବି ରହିଛି ।  କାରଣ ଏହି ଦିନ ଅର୍ଥାତ ୧୯୪୯ ମସିହା ଜାନୁଆରୀ ୧୫ ତାରିଖରେ ଦେଶ ସ୍ୱାଧୀନ ହେବା ପରେ କୌଣସି ଭାରତୀୟ ପ୍ରଥମଥର ପାଇଁ ସେନାର କମାଣ ସମ୍ଭାଳିଥିଲେ  ।  ପ୍ରାୟ ୨୦୦ ବର୍ଷର ବ୍ରିଟିଶ ଶାସନ ପରେ କେଏମ କରିୟପ୍ପା ଭାରତୀୟ ସେନାର କମାଣ୍ଡର ଇନ ଚିଫ ହୋଇଥିଲେ ।  ଆଉ ସେବେଠାରୁ ଏହି ଦିନକୁ ଭାରତୀୟ ସେନା ଦିବସ ଭାବେ ପାଳନ କରାଯାଏ ।

ଭାରତୀୟ ସେନା ଗଠନ ହେବା ପରଠାରୁ ପାକିସ୍ତାନ ଆଉ ଚୀନ ୠାରତର ପ୍ରମୁଖ ଶତ୍ରୁ ରହିଆସିଛନ୍ତି । ୧୯୬୫ ଯୁଦ୍ଧ ହେଉ କି ୧୯୭୧ କି ୧୯୯୯ର କାର୍ଗିଲ ଯୁଦ୍ଧ କିମ୍ବା ଉରିର ବଦଲା ।

ସବୁଠି ନିଜ ପରାକ୍ରମ ଦେଖାଇଛି ଭାରତୀୟ ସେନା ।  କେଉଁଠି ଶତ୍ରକୁ କଡା ଜବାବ ଦେଇ ଦେଶରୁ ବାହାର କରିଛି ତ କେଉଁଠି ଶତ୍ରକୁ ଘରେ ପଶି ମୁହଁତୋଡ ଜବାବ ଦେଇଛି । ମନେ ଥିବ ପୁଲଓ୍ବାମା ଆକ୍ରମଣ କଥା ଯେବେ ଦେଶ ପାଇଁ ରକ୍ତର ବଳିଦାନ ଦେଇଥିଲେ ଯବାନ । ଆଉ ବଳିଦାନର ମୂଲ୍ୟ ରଖି ଭାରତୀୟ ସେନା ଉରିରେ କରିଥିଲା ସର୍ଜିକାଲ ଷ୍ଟ୍ରାଇକ । ପାକିସ୍ତାନର ଘରେ ପଶି ଆତଙ୍କୀ କ୍ୟାମ୍ପକୁ କରିଦେଇଥିଲା ଛିନଛତ୍ର । ଆଉ ମନେ ଥିବ ଅପରେସନ ସିନ୍ଦୂର କଥା । ଯେଉଁଠି  ସିନ୍ଦୂରର ବଦଲା ନେଇଥିଲା ଭାରତୀୟ ସେନା । ଭାରତୀୟ ସେନା ଏବେ ବେଶ ଶକ୍ତିଶାଳୀ । ଭାରତ ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା ।  ଭାରତ ପାଖରେ ଏବେ ୫୧ ଲକ୍ଷ ୩୭ ହଜାରରୁ ଅଧିକ ସ୍ଥଳ ସେନା ରହିଛନ୍ତି । ଆଉ ଅତ୍ୟାଧୁନିକ ଅସଶସ୍ତ୍ର ମଧ୍ୟ ରହିଛି । ଯାହା ଶତ୍ରୁ ଦେଶର ଭୟକୁ ବଢାଇଛି ।