କନକ ବ୍ୟୁରୋ: ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ୱେ ଏଠାରେ ବିଜେପିକୁ ହରାଇପାରିନାହିଁ କଂଗ୍ରେସ । ହରିୟାଣାରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଦେଶର ଅନେକ ରାଜ୍ୟରେ ଲୋକେ କଂଗ୍ରେସ ପାଇଁ ନୋ ଏଣ୍ଟ୍ରି ଲଗାଇଦେଇଛନ୍ତି । ଏଥିପାଇଁ ସେ ଆସାମର ଉଦାହରଣ ଦେଇଛନ୍ତି । ମୋଦି ଆହୁରି ମଧ୍ୟ କହିଛନ୍ତି, ମିଛ ପ୍ରତିଶ୍ରୁତି ଉପରେ ବିକାଶର ଗ୍ୟାରେଣ୍ଟି ଭାରି ପଡିଛି । ନୂଆ ଇତିହାସ ରଚିଛି ହରିୟାଣା । ବିଜେପି ନେତା ଓ କର୍ମୀଙ୍କୁ ବି ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି ।