କନକ ବ୍ୟୁରୋ: ସୁପରଷ୍ଟାର ସଲମାନ ଖାନଙ୍କ ଟେଲିଭିଜନ୍ ସୋ' ବିଗ୍ବସ୍ର ନୂତନ ସିଜିନ୍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ବିଗ୍ ବସ୍ ଧାର୍ଯ୍ୟ ସମୟରେ ଆରମ୍ଭ ହେବ । ଏହି ସୋ’ର ପ୍ରଶଂସକମାନେ ଏବେ ଏହାର ପ୍ରିମିୟର ପାଇଁ ଅପେକ୍ଷା କରି ବସିଛନ୍ତି । ଏହାରି ମଧ୍ୟରେ ସୋ'ର ପ୍ରତିଯୋଗୀମାନଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଅପଡେଟ୍ ଆସୁଛି । ରିପୋର୍ଟ ଅନୁଯାୟୀ, ଏଥର ବଲିଉଡ୍, ଟିଭି ଏବଂ ଅନେକ ସୋସିଆଲ ମିଡିଆ ଷ୍ଟାର ବିଗ୍ ବସ୍ରେ ନଜର ଆସିବେ । ଏହି ତାଲିକାରେ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ପୂର୍ବତନ ପତ୍ନୀ ଧନଶ୍ରୀ ମଧ୍ୟ ନଜର ଆସିବେ ବୋଲି କୁହାଯାଉଛି ।
କୁହାଯାଉଛି ଯେ, ସୋ'ର ନିର୍ମାତାଙ୍କ ଦ୍ୱାରା ଭାରତର କିଛି ଷ୍ଟାର କ୍ରିକେଟରଙ୍କ ପୂର୍ବ ପତ୍ନୀଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଛି । ବିଗ୍ ବସ୍ ସିଜିନ୍ ୧୯ ପାଇଁ ୟୁଜଭେନ୍ଦ୍ର ଚହଲଙ୍କ ପୂର୍ବ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହିତ ଯୋଗାଯୋଗ କରାଯାଇଥିବା ଖବର ମିଳିଛି । ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କର ଏହି ବର୍ଷ ଆଇପିଏଲ ପୂର୍ବରୁ ଛାଡପତ୍ର ନିଶ୍ଚିତ ହୋଇଥିଲା । ଛାଡ଼ପତ୍ର ପରେ ୟୁଜଭେନ୍ଦ୍ର ଚହଲ, ଆରଜେ ମହବେସଙ୍କୁ ଡେଟ୍ କରୁଥିବା ଆଲୋଚନା ହେଉଛି । ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ, ଯଦି ଧନଶ୍ରୀ ବିଗ୍ବସ୍ରେ ପ୍ରବେଶ କରନ୍ତି, ତେବେ ସଲମାନ ଖାନଙ୍କ ସୋ’ର ଟିଆରପି ବଢ଼ିବା ନିଶ୍ଚିତ ।
ଯଦି ଧନଶ୍ରୀ ସୋ’ କରିବାକୁ ରାଜି ହୁଅନ୍ତି ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଆହୁରି ଅନେକ ଗୁପ୍ତ କଥା ଉନ୍ମୋଚିତ ହୋଇପାରେ । ଏହା ସହିତ, ତାଙ୍କ ପ୍ରଶଂସକମାନେ ଜାଣିପାରିବେ ଯେ, ଧନଶ୍ରୀ ବାସ୍ତବ ଜୀବନରେ କିପରି ବ୍ୟକ୍ତିତ୍ୱ । କେବଳ ସେତିକି ନୁହେଁ, ସେ କାହିଁକି ୟୁଜବେନ୍ଦ୍ର ଚହଲଙ୍କଠାରୁ ଛାଡପତ୍ର ନେଇଥିଲେ ସେ ବିଷୟରେ ମଧ୍ୟ ବହୁତ ଜାଣି ପାରିବେ ପ୍ରଶଂସକ ।