କନକ ବ୍ୟୁରୋ: ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ। ଅତି କମରେ ଦୁଇ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ। ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ଏଭଳି ଏକ ଧମକପୂର୍ଣ୍ଣ ମେସେଜ ମିଳିବା ପରେ ଭାଇଜାନଙ୍କ ଚିନ୍ତା ଆହୁରି ବଢିଯାଇଛି । ପୋଲିସ ଧମକ ଦେଇଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସଲମାନଙ୍କୁ ଧମକ ମାମଲାରେ ନୋଏଡାରୁ ଜଣେ ୨୦ ବର୍ଷିୟ ଯୁବକ ଗୁଫ୍ରାନ ଖାନଙ୍କ ଗିରଫ ପରେ ପୁଣି ଏଭଳି ଧମକ ମିଳିଛି । ସେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଦିନକୁ ୪୦୦ରୁ ୫୦୦ ଟଙ୍କା ରୋଜଗାର କରନ୍ତି । ଏହାଛଡା ପୂର୍ବରୁ ୫ କୋଟି ଟଙ୍କା ନଦେଲେ ସଲମାନଙ୍କୁ ମିଳିଥିବା ହତ୍ୟା ଧମକରେ ପୁଲିସ ଜଣେ ପରିବା ବିକାଳୀଙ୍କୁ ଗିରଫ କରିଛି ପୁଲିସ। ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗ୍ ପକ୍ଷରୁ ଏଭଳି ଧମକ ଦିଆଯାଇଥିବା ନେଇ ଦାବି କରଯାଉଛି। ଯାହାକୁ ନେଇ ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ‘ହମ ସାଥ ସାଥ’ ଫିଲ୍ମ ସୁଟିଂ ସମୟରେ ସଲମାନ ଖାନ ଏକ ହରିଣ ଶୀକାର କରିଥିଲେ। ଯାହାକୁ ନେଇ ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଛି। ସଲମାନଙ୍କ ଘନିଷ୍ଠ ସହଯୋଗୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ମିଳୁଥିବା ଧମକକୁ ଗୁରୁତର ଭାବେ ନେଇଛି ପୁଲିସ।

Advertisment

ସଲମାନଙ୍କୁ ଧମକ ପରେ ଧମକ 
ବିପଦରେ ବଲିଉଡ଼ ଭାଇଜାନଙ୍କ ଜୀବନ
୨୫ ଦିନରେ ଆସିଲାଣି ୩ ଥର ହତ୍ୟା ଧମକ
ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ପୁଣି ଆସିଲା ଧମକପୂର୍ଣ୍ଣ ମେସେଜ
୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ
ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଦେଇ ୨ଜଣ ହୋଇଛନ୍ତି ଗିରଫ
ନୋଏଡାର ଗୁଫ୍ରାନ ଖାନ ଓ ଜଣେ ପରିବା ବିକାଳିଙ୍କୁ ଗିରଫ କରିଛି ପୋଲିସ
ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗ୍ ପକ୍ଷରୁ ହତ୍ୟା ଧମକ ଆସୁଥିବା ଅଭିଯୋଗ
ଲଗାତାର ଧମକ ଆସିବା ପରେ ବଢିଛି ସଲମାନଙ୍କ ସୁରକ୍ଷା