କନକ ବ୍ୟୁରୋ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଢିଲା ସଲମାନଙ୍କ ସୁରକ୍ଷା ଚିନ୍ତା । ଦୀର୍ଘ ବର୍ଷ ହେଲା ସଲମାନଙ୍କୁ ହତ୍ୟା ଧମକ ଦେଇ ଆସୁଛି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ । ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡରେ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ । ଏହାପରେ ବଲିଉଡ ଦବଙ୍ଗ୍ ସଲମାନ ଖାନଙ୍କ ସୁରକ୍ଷା କଡାକଡି କରିଛନ୍ତି ସରକାର । କାରଣ ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ଥିଲେ ଏନସିପି ନେତା ବାବା ସିଦ୍ଦିକି । ତେବେ ଏହାରି ମଧ୍ୟରେ ସଲମାନଙ୍କ ଖାନଙ୍କ ବଡିଗାର୍ଡ ଶେରା ଏକ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, 'ମୁଁ ସଲମାନଙ୍କ ସହ ଛାଇ ହୋଇ ରହିଛି ।  ତାଙ୍କୁ ଆଞ୍ଚ୍ ବି ଆସିଲେ କାହାରିକୁ ଛାଡ଼ିବିନି ।'

Advertisment

୧୯୯୮ରେ କୃଷ୍ଣସାର ମୃଗ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ସଲମାନ ଖାନ୍ । ଏହି ଘଟଣା ପରେ ସଲମାନଙ୍କୁ ଲଗାତାର ହତ୍ୟା ଧମକ ଦେଇ ଆସୁଛି ବିଷ୍ଣୋୟୀ ଗ୍ୟାଙ୍ଗ । ବିଗତ ଏକ ବର୍ଷ ସ୍ଥିତି ଆହୁରି ବିଗିଡିଥିବା କଥା କହିଛନ୍ତି ସଲମାନଙ୍କ ବଡିଗାର୍ଡ ଶେରା । ସଲମାନଙ୍କ ସୁରକ୍ଷାରେ ପ୍ରମୁଖ ଭୂମିକା ନିର୍ବାହ କରନ୍ତି ଶେରା । ତିନି ଦଶକ ହେଲା ଏହି ଦାୟିତ୍ୱରେ ରହିଛନ୍ତି ଶେରା । ନିକଟରେ ଏକ ସାକ୍ଷାତକାରରେ ସେ ବିଷ୍ଣୋୟୀ ଗ୍ୟାଙ୍ଗକୁ ଚ୍ୟାଲେଞ୍ଜ କରିଛନ୍ତି । 

ଶେରା କହିଛନ୍ତି, “ସଲମାନଙ୍କ ମୋର ସମ୍ପର୍କ ନିଆରା । ମିଶିକି ଥିଲେ ଆମକୁ ହରାଇବା କଷ୍ଟ । ସଲମାନଙ୍କୁ ବାରମ୍ବାର ମିଳୁଥିବା ହତ୍ୟା ଧମକ ଭିତରେ ଶେରା କହିଛନ୍ତି ଯେତେବେଳେ ଯାଏ ମୁଁ ଅଛି ସଲମାନଙ୍କ କିଛି ଅନିଷ୍ଟ ହେବନି  ସାରା ଜୀବନ ସଲମାନଙ୍କ ସେବାରେ ରହିବି । ସଲମାନଙ୍କ ସୁରକ୍ଷା ଟିମରେ ଅନେକ ସାମିଲ ହୋଇଛନ୍ତି, କିନ୍ତୁ ପ୍ରମୁଖ ହୋଇ ରହିଛନ୍ତି ଶେରା ।

ସେପଟେ ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ସମସ୍ତ ମିଟିଂ ଓ ସୁଟିଂ ବାତିଲ କରିଛନ୍ତି । ତାଙ୍କୁ ଯୋଗାଇ ଦିଆଯାଇଛି  ୱାଇ ପ୍ଲସ୍ ସୁରକ୍ଷା । ଏହାକୁ ନେଇ ଶେରା କହିଛନ୍ତି ସଲମାନଙ୍କୁ ସୁରକ୍ଷା ଦେବା ସବୁଠାରୁ ଚ୍ୟାଲେଞ୍ଜିଂ କାମ । ସଲମାନ ଖାନଙ୍କୁ ଶେରା ସୁରକ୍ଷା ଯୋଗାଇ ଦିଅନ୍ତି ଏବଂ ସୁରକ୍ଷାବଳ ଲୋକଙ୍କ ଭିଡ ନିୟନ୍ତ୍ରଣ କରେ ।

କଳା ହରିଣ ସହ ଲରେନ୍ସ ବିଷ୍ଣୋୟୀର ଧାର୍ମିକ ଭାବନା ଯୋଡି ହୋଇଥିବାରୁ ସଲମାନଙ୍କୁ ବାରମ୍ବାର ହତ୍ୟା ଧମକ ଦେଇ ଆସୁଛି । ଏଣୁ ଏବେ ଦବଙ୍ଗ ଷ୍ଟାରଙ୍କ ସୁରକ୍ଷାକୁ କଡା କଡି କରିଛି  ପ୍ରଶାସନ ।