କନକ ବ୍ୟୁରୋ: ବାବା ସିଦ୍ଦିକିଙ୍କ ହତ୍ୟା ପରେ କଡ଼ାକଡ଼ି ହେଲା ଅଭିନେତା ସଲମାନ ଖାନଙ୍କ ସୁରକ୍ଷା । ମୁମ୍ବାଇରେ ଥିବା ଅଭିନେତାଙ୍କ ଗାଲାକ୍ସି ଓ ଅନ୍ୟ ସମସ୍ତ ବାସଭବନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସୂଚନା ଅନୁସାରେ ସଲମାନଙ୍କ ସମସ୍ତ ସୁଟିଂ କିଛି ଦିନ ପାଇଁ ବନ୍ଦ ରଖାଯିବା ସହ ପ୍ରଂଶସକଙ୍କ ଭେଟିବାକୁ ବାରଣ କରିଛି ମୁମ୍ବାଇ ପୁଲିସ । କୃଷ୍ଣସାର ମୃଗ ଶିକାର ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ବନ୍ଦ ଦେଇଆସୁଛି । ଏପରିକି ଜେଲରେ ଥାଇ ମଧ୍ୟ ଅଭିନେତା ଧମକ ଦେଉଥିବାରୁ ସଲମାନଙ୍କ ସୁରକ୍ଷା ପାଇଁ ଚିନ୍ତା ବଢ଼ିଛି । ଏଥିପାଇଁ ଅଭିନେତା ଆଗାମୀ କିଛି ଦିନ ପାଇଁ ସମସ୍ତ ସୁଟିଂ, ମିଟିଂ ବାତିଲ କରିବା ସହ ପ୍ରଂଶସକଙ୍କୁ ଭେଟିବେ ନାହିଁ ।