କନକ ବ୍ୟୁରୋ: ଯାଜପୁରରେ ଖରସ୍ରୋତା ଓ ବୈତରଣୀ ପରି ଦୁଇଟି ନଦୀ ପ୍ରବାହିତ ହେଉଥିଲେ ବି ଏଠାରେ ପାଣି ସମସ୍ୟା ଲାଗିରହିଛି । ଅଧିକାଂଶ ଅଞ୍ଚଳ ବିଶେଷ କରି ବିଞ୍ଝାରପୁରରେ ଲୁଣିପାଣି ସମସ୍ୟା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଯେଉଁ ସ୍ଥାନରେ ଟ୍ୟୁବୱେଲ ଖୋଳିଲେ ବି ଲୁଣିପାଣି ଯୋଗୁଁ ତାହା କିଛି ମାତ୍ର ବର୍ଷରେ ଖରାପ ହୋଇଯାଉଛି । ଏହାର କିଛି ସମାଧାନର ବାଟ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । 
 ଏହାର ଉତ୍ତରରେ ମନ୍ତ୍ରୀ ରବି ନାୟକ କହିଛନ୍ତି , ବୈତରଣୀ ଓ ଖରସ୍ରୋତା ନଦୀରେ ପାଣି ରହୁନଥିବା ସମସ୍ୟା ଅନେକ ଦିନର ତେଣୁ ଏଠାରେ ଚେକଡ୍ୟାମ୍ କରାଯିବାର ଆବଶ୍ୟକତା ରହିଛି । ଏହାସହ ଯାଜପୁରର ଅନେକ ସ୍ଥାନରେ ଲୁଣି ପାଣି ସମସ୍ୟା  ମଧ୍ୟ ଦୀର୍ଘ ଦିନର  । ଯଦିଓ ଲୁଣିପାଣିକୁ ମଧୁର ଜଳରେ ପରିଣତ କରିବାର ଟେକ୍ନୋଲୋଜିି ଏଯାଏଁ କେଉଁଠି କାର୍ଯ୍ୟକାରୀ ହୋଇନାହିଁ ତଥାପି ଏହି ସମସ୍ୟାକୁ ଦୂରେଇବାକୁ ଏକ କମ୍ପାନୀ ସହ ଆଲୋଚନା ସରିଛି ।  କମ୍ପାନୀ ପକ୍ଷରୁ ଆଗାମୀ ଦିନରେ ଏଠାରେ ଲୁଣିପାଣିକୁ ପାନୀୟ ଜଳରେ ପରିଣତ କରିବାର ପ୍ରକ୍ରିୟା ଆରମ୍ଭ ହେବ । ଏହାକୁ ପ୍ରଥମେ ଟ୍ରାଏଲ କରାଯିବ । ସଫଳ ହେଲେ କାର୍ଯ୍ୟକ୍ଷମ କରାଯିବ  ।