Photograph: (kanak news)
କନକ ବ୍ୟୁରୋ: ଗଂଜାମ ଜିଲ୍ଲାର ପାଖାପାଖି ୬୦ କିଲୋମିଟର ସମୁଦ୍ର କୂଳ। ଏହା ପାଖେ ପାଖେ ରହିଛି ଅନେକ ଗାଁ। ହେଲେ ସମୁଦ୍ରର ଲୁଣି ପାଣି ଯୋଗୁଁ ପିଇବା ପାଣି ଟୋପେ ପାଇବାକୁ ଲୋକେ ହେଉଛନ୍ତି ହଟହଟା। ହେଲେ ଏବେ ଲୋକଙ୍କର ଏହି ସମସ୍ରାକୁ ଲାଘବ କରିବେ ସରକାର । ଲୁଣି ପାଣିକୁ କରିବେ ମଧୁର ପାଣି । ଏଥିପାଇଁ ଆଇଆରଇଏଲ (ଭାରତୀୟ ବିରଳ ମୃତ୍ତିକା ଲିମିଟେଡ଼) ସହ ରାଜ୍ୟ ସରକାର କରିଛନତି ଚୁକ୍ତି। ଲୁଣି ପାଣିକୁ ମଧୁର ଜଳରେ ବଦଳାଇ ପିଇବା ଯୋଗ୍ୟ କରିବାକୁ ଛତ୍ରପୁର ବ୍ଲକରେ ସ୍ଥାପନ ହେବ ପ୍ଲାଣ୍ଟ। ଏବଂ ଏଠାରୁ ପ୍ରତି ଘରକୁ ଯିବ ପିଇବା ପାଣି।
ଆପଣ ଯେତେ ବଡ ଘରେ ରୁହନ୍ତୁ ହେଲେ ଯଦି ଘରକୁ ଭଲ ପାଣି ନସେ ତାହାଲେ କଥା ସରିଲା। ବ୍ରହ୍ମୁପରର ଅନେକ ସ୍ଥାନରେ ଲୋକଙ୍କ ବଡ ସମସ୍ୟା ହେଉଛି ପାଣି। ଲୋକଙ୍କର ଏହି ସମସ୍ରାକୁ ଦୂରେଇ ଦେବାକୁ ଗଂଜାମ ଜିଲ୍ଲା ପ୍ରଶାସନ। ସମୂଦ୍ର କୂଳରେ ବସିବ ପ୍ଲାଣ୍ଟ। ଆଉ ମଧୂର ହେବ ସମୁଦ୍ରର ଲଏୁଣିଆ ପାଣି।
ପିଇବା ପାଣି ଯୋଗାଇବାକୁ ଖୁବ ଶୀଘ୍ର ଛତ୍ରପୁର ବ୍ଳକରେ ପାଇପ ବିଛାଯିବ। ଆଉ ଏଥିପାଇଁ ଖର୍ଚ୍ଚ ହେବ ମୋଟ ୪ କୋଟି ୨୦ ଲକ୍ଷ ଟଙ୍କା। ଏକଥା ଜାଣିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି। ବିଳମ୍ବରେ ହେଉ ପଛେ ହେଲେ ଲୋକଙ୍କ ଏହି ମୁଖ୍ୟ ସମସ୍ରାକୁ ସରକାର ଯେ ବୁଝିଛନ୍ତି ଏଥିପାଇଁ ଲୋକଙ୍କ ମୁହଁରେ କୃତଜ୍ଞତାର ଝଲକ।
  
 Follow Us