ଗଛ ଲଗାଇଲେନି ବୋଲି ୧୧ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ : ଏ ନେଇ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି

Advertisment

ଗଛ ଲଗାଇଲେନି ବୋଲି ଦରମା ବନ୍ଦ  । ବଲାଙ୍ଗୀର ଜିଲ୍ଲାର ୧୧ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ହୋଇଛି ଚିଠି 

ଗଛ ଲଗାଇଲେନି ବୋଲି ଦରମା ବନ୍ଦ  । ବଲାଙ୍ଗୀର ଜିଲ୍ଲାର ୧୧ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ହୋଇଛି ଚିଠି 

40

Photograph: (KANAKNEWS)

କନକବ୍ୟୁରୋ : ଗଛ ଲଗାଇଲେନି ବୋଲି ଦରମା ବନ୍ଦ  । ବଲାଙ୍ଗୀର ଜିଲ୍ଲାର ୧୧ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ହୋଇଛି ଚିଠି  ।  ୧୧ଜଣ ବିଇଓଙ୍କ ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷା ଅଧିକାରୀ। ସରକାରଙ୍କ 'ଏକ ପେଡ୍‌ ମାଁ କେ ନାମ' ଅଭିଯାନରେ ବୃକ୍ଷ ରୋପଣ କରିନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ବଲାଙ୍ଗୀର ଜିଲ୍ଲା ଅଧିକାରୀ ୧୧ଟି ବ୍ଲକ ଶିକ୍ଷା ଅଧିକାରୀ ହେଲେ,  ଆଗଲପୁର ବିଇଓ ଶ୍ୟାମ ମେହେର, ସଇଁତଲା ବିଇଓ ଦିଲୀପ କୁମାର ଯୋଶୀ, ଟିଟିଲାଗଡ଼ ବିଇଓ ଆତ୍ରତ୍ରାଣ ରଥ, ଦେଓଗାଁ ବିଇଓ ମମତା ମହଦିକ, ଗୁଡଭେଲା ବିଇଓ ନମିତା ରାଣୀ ଭୋଇ, ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ଶବର, ମୁରିବାହାଲ ବିଇଓ ସାନ୍ତୁନୁ କୁମାର ପଢିହାରି, ତୁରକେଲା ବିଇଓ ଗୌତମ ପଟେଲ, ବେଲପଡା ବିଇଓ ଅଭିନବ ମିଶ୍ର, ପାଟଣାଗଡ ବିଇଓ ଶଙ୍କର ପ୍ରସାଦ ମାଝୀ, ଏବଂ ପୁଇଁତଲା ବିଇଓ ରତ୍ନମୟୀ ପୁରୋହିତ। ସମସ୍ତ ୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ   । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe