କନକ ବ୍ୟୁରୋ: ବିଧାନସଭା ବାହାରେ ମିଶନଶକ୍ତି ମା’ ମାନେ ନିଜର ହକ୍ ପାଇଁ ଗର୍ଜନ କରୁଥିବା ବେଳେ, ବିଧାନସଭା ଭିତରେ, ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ‘ଲକ୍ଷପତି ଦିଦି ସହାୟିକା ଯୋଜନା’। ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ପ୍ରଦାନ କରିବେ ସରକାର। ସେପଟେ କିନ୍ତୁ ଚାକିରିର ସ୍ଥାୟିତ୍ବ ଦାବି କରି ଜିଦରେ ଅଡି ବସିଛନ୍ତି ଆନ୍ଦୋଳନକାରୀ ।  

Advertisment

ଗୋଟେ ପଟେ ବିଧାନସଭା ବାହାରେ ମିଶନଶକ୍ତି ମା’ ମାନେ ନିଜର ହକ୍ ପାଇଁ ଗର୍ଜୁଥିବା ବେଳେ ଅନ୍ୟପଟେ ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ‘ଲକ୍ଷପତି ଦିଦି ସହାୟିକା ଯୋଜନା’। ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ପ୍ରଦାନ କରିବେ ସରକାର। ସେପଟେ କିନ୍ତୁ ଚାକିରିର ସ୍ଥାୟିତ୍ବ ଦାବି କରି ଜିଦରେ ଅଡି ବସିଛନ୍ତି ଆନ୍ଦୋଳନକାରୀ ମହିଳା।  

ବିଧାନସଭା ବାହାରେ ଗର୍ଜୁଛନ୍ତି ମିଶନଶକ୍ତି ମହିଳା। ବକେୟା ଦରମା ଓ ଚାକିରି ନିୟମିତ ଭଳି ବିଭିନ୍ନ ଦାବିରେ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି। ଆଉ ସେପଟେ ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ‘ଲକ୍ଷପତି ଦିଦି ସହାୟିକା ଯୋଜନା’। 

୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ୬୨ ହଜାର ୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ମାସର ବକେୟା ଦରମା। ଜିପିଏଲଏଫମାନଙ୍କୁ ଅନୁଦାନ ପ୍ରଦାନ କରିବେ ସରକାର। ମହିଳା ମାନଙ୍କୁ ସ୍ବାବଲମ୍ବୀ କରି ସମୃଦ୍ଧ ଓଡ଼ିଶା ଗଢିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

ମିଶନଶକ୍ତିର ମା’ ମାନେ ଗତ ଏପ୍ରିଲ ମାସରୁ ସେମାନଙ୍କର ପାରିଶ୍ରମିକ ପାଇନଥିବା ବେଳେ ଏବେ ସେମାନଙ୍କୁ ଏହି ଟଙ୍କା ପ୍ରଦାନ କରିବେ ସରକାର। ତେବେ ଚାକିରିର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଭୁବନେଶ୍ବର ଗାନ୍ଧୀମାର୍ଗରେ ଗର୍ଜୁଥିବା ଆନ୍ଦୋଳନକାରୀ ମଧ୍ୟ ଉଠାଇଛନ୍ତି ସମାନ ପ୍ରଶ୍ନ। 

ମିଶନଶକ୍ତିର ମହିଳାମାନେ ଆନ୍ଦୋଳନ ଚଳାଇଥିବା ବେଳେ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରି ଥୋପ ପକାଇଛନ୍ତି ସରକାର। ହେଲେ, ସରକାରଙ୍କ ଏହି ଘୋଷଣାକୁ ଆନ୍ଦୋଳନକାରୀ କେତେ ମାନୁଛନ୍ତି ତା ଉପରେ ନଜର।