କନକ ବ୍ୟୁରୋ : c କାପା ମଡ୍ୟୁଲରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କଲେଜର ଆକାଉଣ୍ଟ ଅପଡେଟ୍ କରୁନଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚିଠିରେ
ଉଲ୍ଲେଖ ରହିଛି, ବିଭାଗ ପକ୍ଷରୁ ଉକ୍ତ ଅଧ୍ୟକ୍ଷଙ୍କୁ ବାରମ୍ବାର କୁହାଯାଇଥିଲା ଆକାଉଣ୍ଟ ଅପଡେଟ୍ କରିବା ପାଇଁ । ହେଲେ ସେଭଳି ହୋଇନଥିବାରୁ ୬୩ଜଣ ଅଧ୍ୟକ୍ଷଙ୍କ ଜାନୁଆରୀ ମାସ ଦରମା ବନ୍ଦ ନିଷ୍ପତ୍ତି ନେଇଛି ବିଭାଗ । କେବଳ ସେତିକି ନୁହେଁ ଯେଉଁ ପର୍ଯ୍ୟନ୍ତ କାପା ମଡ୍ୟୁଲରେ କଲେଜ ଆକାଉଣ୍ଟ ଅପଡେଟ୍ ନ ହୋଇଛି, ସେପର୍ୟ୍ୟନ୍ତ ଦରମା ଦିଆଯିବନାହିଁ ବୋଲି ବିଭାଗ ନିଷ୍ପତ୍ତି ନେଇଛି ।