କନକ ବ୍ୟୁରୋ: ’ସୈୟାରା’ ମୁଭି ଦେଖି ହଲ୍ ଭିତରେ ଦର୍ଶକ କାନ୍ଦୁଛନ୍ତି, କେହି କେହି ଡ୍ରେସ୍ ଉତାରି ନାଚୁଛନ୍ତି ତ ଆଉ କେହି କାନ୍ଦି କାନ୍ଦି ବେହୋସ୍ ହୋଇଯାଉଛନ୍ତି , ଏସବୁ ଫିଲ୍ମର ପ୍ରମୋସନ ପାଇଁ କରାଯାଉଛି ବୋଲି ଆଲୋଚନା ପରେ ଏନେଇ ସଫେଇ ଦେଇଛନ୍ତି ଫିଲ୍ମର ପ୍ରଡ୍ୟୁସର ।
ଫିଲ୍ମର ପ୍ରଯୋଜକ ଅକ୍ଷୟ ବିଧାନିଙ୍କ କହିବା ମୁତାବକ, ଫିଲ୍ମକୁ ପ୍ରମୋଟ କରିବାକୁ ଦର୍ଶକଙ୍କୁ ଏଭଳି କରିବାକୁ କୁହାଯାଉଛି ବୋଲି ଧୁମ୍ ଆଲୋଚନା ହେଉଛି , କିନ୍ତୁ ସେଭଳି କିଛି ନୁହେଁ । ସତ କଥା ହେଲା କଥା ହେଉଛି ଏମାନେ ଫିଲ୍ମର ପ୍ରକୃତ ପ୍ରଶଂସକ । ଫିଲ୍ମ ଦେଖିବା ପରେ ସମସ୍ତଙ୍କ ଆଗରେ ସେମାନେ ନିଜର ଭାବାବେଗ ପ୍ରକାଶ କରିଛନ୍ତି ।