କନକ ବ୍ୟୁରୋ : ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ପୁଣି ଅସୁସ୍ଥ । ଯେଉଁଥିପାଇଁ ବାବା ପ୍ରେମାନନ୍ଦଙ୍କ ରାତ୍ରୀ ପଦଯାତ୍ରା ବନ୍ଦ ରହିବ । ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ପଦଯାତ୍ରାରେ ବଢୁଥିବା ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଆଶ୍ରମର ଏହି ନିଷ୍ପତ୍ତିରେ ପ୍ରେମାନନ୍ଦ ମହାରାଜଙ୍କ ଭକ୍ତଙ୍କୁ ବଡ ଝଟକା ଲାଗିଛି । ଆଶ୍ରମର ସୂଚନା ଅନୁସାରେ ବାବାଙ୍କ ପଦଯାତ୍ରା  ଅନିଶ୍ଚିତକାଳ ପର୍ଯ୍ୟନ୍ତ  ସ୍ଥଗିତ ରଖାଯାଇଛି ।    

Advertisment

ପ୍ରେମାନନ୍ଦ ମହାରାଜ  ପ୍ରତିଦିନ  ରାତିରେ  ଖାଲି ପାଦରେ କେଳି କୁଞ୍ଜ ପର୍ଯ୍ୟନ୍ତ  ଯାଇଥାନ୍ତି  ନିଜ ଶିଷ୍ୟମାନଙ୍କ ସହ । ଏହି ଯାତ୍ରାରେ  ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତାଙ୍କ ସହ ସାମିଲ ହୋଇଥାଆନ୍ତି । ତେବେ କିଛି ଦିନ ପୂର୍ବରୁ ମଧ୍ୟ  ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଯାତ୍ରା କିଛି ଦିନ ପାଇଁ  ବନ୍ଦ କରିବାକୁ ପଡିଥିଲା । ରାତ୍ରୀ ପଦଯାତ୍ରାରେ  ଭକ୍ତଙ୍କ ଗହଣରେ  ବାବାଙ୍କ ଯାତ୍ରା ସ୍ବତନ୍ତ୍ର ଥାଏ । ପ୍ରତ୍ୟେକ ଦିନ  ଶହ ଶହ ଭକ୍ତ ବାବାଙ୍କ ସହ ଶ୍ରୀ ହିତ ରାଧା କେଳି କୁଞ୍ଜ  ପର୍ଯ୍ୟନ୍ତ  ଯାଇଥାଆନ୍ତି। ଏପଟେ ଶ୍ରଦ୍ଧାଳୁ ପ୍ରେମାନନ୍ଦ ମହାରାଜଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।