କନକ ବ୍ୟୁରୋ: ରାଜଧାନୀର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ ସୈନିକ ସ୍କୁଲ ହେବ ସ୍ଥାନାନ୍ତର। ଏ ନେଇ ଯୋଜନା କରୁଛି ପୂର୍ତ୍ତ ବିଭାଗ । ରାସ୍ତା ସମ୍ପ୍ରସାରଣ ଆଳରେ ସ୍କୁଲକୁ ୩୦ କିଲୋମିଟର ଦୂର ଚନ୍ଦକାକୁ ଉଠାଇ ନେବାକୁ ଉଦ୍ୟମ ହେଉଛି । ଆଉ ଏହାକୁ ନେଇ ଏବେ ବିରୋଧ ବଢିବାରେ ଲାଗିଛି। ସ୍ଥାନାନ୍ତରଣକୁ ବାତିଲ ଦାବିରେ ଏକାଠି ହୋଇଛନ୍ତି ସୈନିକ ସ୍କୁଲ ଅଭିଭାବକ ସଂଘ ସଂଘ ଓ ପୁରାତନ ଛାତ୍ର। ରାସ୍ତା ପାଇଁ ଦୁଇରୁ ତିନି ଏକର ଜମି ଆବଶ୍ୟକ ଥିବା ବେଳେ ସ୍ଥାନାନ୍ତରଣର କୌଣସି ଆବଶ୍ୟକତା ନାହିଁ। ହେଲେ କିଛି କର୍ପୋରେଟ ହାଉସ୍ଙ୍କୁ ଜମି ପ୍ରଦାନ ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହୋଇଛି।
ସ୍କୁଲ ସ୍ଥାନାନ୍ତରଣକୁ ନେଇ ଆପତ୍ତି ଉଠାଇଛନ୍ତି ବିଜେଡି ବିଧାୟକ ତଥା ସ୍କୁଲର ପୁରାତନ ଛାତ୍ର ରାଜା ସ୍ବାଇଁ । କହିଛନ୍ତି, ୧୯୬୨ରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଏକ ଆଇକନିକ । ନୂଆ କ୍ୟାମ୍ପସକୁ ନେବା ପାଇଁ ବିଲଡରମାନଙ୍କ ସହ କିଛି ବାବୁଭେ ୟା ମିଶିଛନ୍ତି । ଏମାନେ ଅନୁଷ୍ଠାନକୁ ନଷ୍ଟ କରିବାକୁ ଚାହୁଛନ୍ତି । ଯେଉଁମାନେ ସ୍ଥାନାନ୍ତର ପାଇଁ ଚିନ୍ତା କରୁଛନ୍ତି, ସେମାନଙ୍କର ସ୍କୁଲ ପ୍ରତି କୌଣସି ସେଣ୍ଟିମେଣ୍ଟ ନାହିଁ ।
ଏଠାରେ ପ୍ରଶ୍ନ ଉଠୁଛି ୪ ଲେନ୍ ରାସ୍ତା ପାଇଁ କାହିଁକି ଉଠିବ ସ୍କୁଲ ? ସ୍କୁଲର ପରିଚୟ ନଷ୍ଟ କରିବାକୁ କିଏ କରୁଛି ମସୁଧା ? ୫୦୦ କୋଟିର ସମ୍ପତ୍ତିକୁ ୧୫୦ କୋଟିରେ ବିକ୍ରି ପାଇଁ ଚାଲିଛି କି ଯୋଜନା ?
ଚନ୍ଦକାକୁ ସ୍ଥାନାନ୍ତର ହେବ ସୈନିକ ସ୍କୁଲ ! କାହାକୁ ଖୁସି କରାଇବାକୁ ଏହି ନିଷ୍ପତ୍ତି ?
Advertisment
Follow Us