ନାଏବ ସାଜିଲେ ନାୟକ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବେ ସୈନି । ନିଷ୍ପତ୍ତିରେ ମୋହର ମାରିଲେ ଅମିତ ଶାହା

Advertisment

ବିଜେପିର ହ୍ୟାଟ୍ରିକ, ସୈନିଙ୍କ ସେକେଣ୍ଡ ଇନିଂସ। ବିଧାନସଭା ନିର୍ବାଚନରେ ବଡ଼ ବିଜୟ ପରେ ପରେ ନାଏବ ସିଂହ ସୈନି ପୁଣିଥରେ ହରିୟାଣାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ବିଜେପିର ହ୍ୟାଟ୍ରିକ, ସୈନିଙ୍କ ସେକେଣ୍ଡ ଇନିଂସ। ବିଧାନସଭା ନିର୍ବାଚନରେ ବଡ଼ ବିଜୟ ପରେ ପରେ ନାଏବ ସିଂହ ସୈନି ପୁଣିଥରେ ହରିୟାଣାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

saini cm

କନକ ବ୍ୟୁରୋ: ବିଜେପିର ହ୍ୟାଟ୍ରିକ, ସୈନିଙ୍କ ସେକେଣ୍ଡ ଇନିଂସ। ବିଧାନସଭା ନିର୍ବାଚନରେ ବଡ଼ ବିଜୟ ପରେ ପରେ ନାଏବ ସିଂହ ସୈନି ପୁଣିଥରେ ହରିୟାଣାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ବୁଧବାର ଚଣ୍ଡୀଗଡ଼ରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ସୈନି ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅନୀଲ ବିଜ୍ ଏବଂ କୃଷ୍ଣ ବେଦୀଙ୍କ ଦ୍ୱାରା ସାଇନିଙ୍କ ନାମ ନେଇ ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ନବ ନିର୍ବାଚିତ ବିଧାୟକ ମାନେ ଏହାକୁ ସମର୍ଥନ କରିଥିଲେ। ଆଉ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା।

  • ନିର୍ବାଚନରେ ଦଳକୁ ଦେଇଥିଲେ ବଡ଼ ବିଜୟ
  • ଦ୍ୱିତୀୟ ଥର ସୁଯୋଗ ଦେଲେ କେନ୍ଦ୍ର ନେତୃତ୍ୱ 

ନିର୍ବାଚନର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ହରିୟାଣାରେ ବିଜେପିର ସ୍ଥିତି କିଛି ଠିକ୍ ନଥିଲା। କୃଷକ ଆନ୍ଦୋଳନ, କୁସ୍ତିଯୋଦ୍ଧାଙ୍କ ଅନଶନ ଏବଂ ସରକାର ବିରୋଧୀ ହାୱା ନେଇ ବ୍ୟାକଫୁଟରେ ରହିଥିଲା ଦଳ। ଏଭଳି ସ୍ଥିତିରେ ମନୋହର ଲାଲ ଖଟ୍ଟରଙ୍କୁ ହଟାଇ ନାଏବ ସିଂ ସୈନିଙ୍କ ହାତରେ ହରିୟାଣା ରାଜନୀତିର ଡୋର ଧରାଇଥିଲା ବିଜେପି। ମାତ୍ର ୮ମାସରେ ନିଜ ନେତୃତ୍ବ ବଳରେ ଦଳୀୟ ସଂଗଠନକୁ ଟ୍ରାକକୁ ଫେରାଇ ଆଣିବାରେ ସେ ସକ୍ଷମ ହୋଇଥିଲେ। ଫଳସ୍ବରୂପ ଗଲା ନିର୍ବାଚନରେ ଦଳକୁ ବମ୍ପର ବିଜୟ ମିଳିଥିବା ବେଳେ କେନ୍ଦ୍ରୀୟ ନେତୃତ୍ବଙ୍କ ଭରସା ଜିତିପାରିଛନ୍ତି ସୈନି। 

ନାଏବ ସିଂ ସୈନୀଙ୍କ ରାଜନୈତିକ ଯାତ୍ରା

  • ୨୦୧୪ରେ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ
  • ୨୦୧୬ରେ ବିଜେପି ସରକାରରେ ମନ୍ତ୍ରୀ
  • ୨୦୧୯ରେ କୁରୁକ୍ଷେତ୍ରରୁ ହୋଇଥିଲେ ସାଂସଦ
  • ୨୦୨୩ରେ ହରିୟାଣା ବିଜେପିର ସଭାପତି ଦାୟିତ୍ୱ
  • ନିର୍ବାଚନର ୮ମାସ ପୂର୍ବରୁ ହୋଇଥିଲେ ମୁଖ୍ୟମନ୍ତ୍ରୀ

୧୭ ତାରିଖ ଅର୍ଥାତ ଆସନ୍ତାକାଲି ନୂଆ ସରକାର ଶପଥ ନେବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ସାମିଲ ହେବେ। ଏହାକୁ ନେଇ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe