ସେଲ୍‌ର ନୂତନ ପ୍ଲେଟ୍ ମିଲ୍, ରାଉରକେଲା ଇସ୍ପାତ କାରଖାନା ବହୁବିଧ ଉତ୍ପାଦନ ରେକର୍ଡ ହାସଲ କରିଛି

ମିଲ୍ ୫,୧୦୯ ଟନ୍‌ ପ୍ଲେଟ୍ ରୋଲିଙ୍ଗ କରି ନୂତନ ଏକଦିବସୀୟ ରେକର୍ଡ ସୃଷ୍ଟି କରିବା ସହିତ ୨୦୨୪ ଡିସେମ୍ବର ୧୧ ତାରିଖରେ ହାସଲ କରିଥିବା ପୂର୍ବ ଶ୍ରେଷ୍ଠ ୫,୦୫୦ ଟନର ରେକର୍ଡକୁ ଅତିକ୍ରମ କରିଥିଲା । ଏହା ୨୦୧୪ରେ ସ୍ଥାପନା ପରଠାରୁ ନୂତନ ପ୍ଲେଟ ମିଲର ସର୍ବଶ୍ରେଷ୍ଠ ଏକଦିବସୀୟ ପ୍ଲେଟ୍ ରୋଲିଂ ରେକର୍ଡ ଅଟେ ।

new plate mill

new plate mill Photograph: (KANAK NEWS)

କନକ ବ୍ୟୁରୋ: ସେଲ୍ ରାଉରକେଲା ଇସ୍ପାତ କାରଖାନାର ନୂତନ ପ୍ଲେଟ୍ ମିଲ୍ ଜୁଲାଇ ୧୦ ତାରିଖରେ ବିବିଧ ଉତ୍ପାଦନ ରେକର୍ଡ ହାସଲ କରିଛି । ଉକ୍ତ ଦିନ ମିଲ୍ ୫,୧୦୯ ଟନ୍‌ ପ୍ଲେଟ୍ ରୋଲିଙ୍ଗ କରି ନୂତନ ଏକଦିବସୀୟ ରେକର୍ଡ ସୃଷ୍ଟି କରିବା ସହିତ ୨୦୨୪ ଡିସେମ୍ବର ୧୧ ତାରିଖରେ ହାସଲ କରିଥିବା ପୂର୍ବ ଶ୍ରେଷ୍ଠ ୫,୦୫୦ ଟନର ରେକର୍ଡକୁ ଅତିକ୍ରମ କରିଥିଲା । ଏହା ୨୦୧୪ରେ ସ୍ଥାପନା ପରଠାରୁ ନୂତନ ପ୍ଲେଟ ମିଲର ସର୍ବଶ୍ରେଷ୍ଠ ଏକଦିବସୀୟ ପ୍ଲେଟ୍ ରୋଲିଂ ରେକର୍ଡ ଅଟେ ।

ଏହାବ୍ୟତୀତ, ମିଲ ଉକ୍ତ ଦିନ ୩୮୩ଟି ସ୍ଲାବ୍ ରୋଲିଙ୍ଗ ସହକାରେ ନୂତନ ଏକଦିବସୀୟ ସ୍କାବ୍ ରୋଲିଂ ରେକର୍ଡ ସ୍ଥାପନ କରିଛି ଏବଂ ପୂର୍ବ ଶ୍ରେଷ୍ଠ ୩୫୫ ସ୍ଲାବ୍‌ ରୋଲିଙ୍ଗ ରେକର୍ଡରେ ଉନ୍ନତି ଆଣିଛି । ସେହି ଦିନ 'ସି' ସିଫ୍ଟରେ ମିଲ୍ ଏହାର ସର୍ବକାଳୀନ ଶ୍ରେଷ୍ଠ ୧,୮୩୪ ଟନ୍ ସିଫ୍ଟ ଟନେଜ୍ ମଧ୍ୟ ହାସଲ କରିଛି ।

ଆରଏସପି ତଥା ଦୁର୍ଗାପୁର ଇସ୍ପାତ କାରଖାନା ଓ ଇସ୍ପୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ଜୁଲାଇ ୧୨ ତାରିଖରେ ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ବରଞ୍ଜନ ପଲାଇ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏମ୍ ପି ସିଂହ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୁଦୀପ ପାଲ ଚୌଧୁରୀ, ବିତ୍ତ ଓ ଲେଖା ବିଭାଗର ସିଜିଏମ ରାଜେଶ ଦାସଗୁପ୍ତାଙ୍କ ଗହଣରେ ନୂତନ ପ୍ଲେଟ ମିଲ ଗସ୍ତ କରି ସାମୁଦାୟିକଙ୍କୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଡିଆଇସି ଆଗାମୀ ଦିନରେ ରେକର୍ଡର ଧାରା ବଜାୟ ରଖିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସେ ସେମାନଙ୍କୁ ବଡ଼ ଉଲ୍ଲେଖନୀୟ ସଫଳତା ହାସଲ କରିବା ପାଇଁ ପ୍ରତିଦିନ ଛୋଟ ଛୋଟ ଉନ୍ନତିମୂଳକ ପଦକ୍ଷେପ ନେବାକୁ ମଧ୍ୟ ପ୍ରେରଣା ଦେଇଥିଲେ । ଡିଆଇସି ବିଶ୍ଵ ମାନଦଣ୍ଡ ଅନୁରୂପ ତ୍ରୁଟି ହ୍ରାସ କରିବା ଏବଂ ଉତ୍ପାଦକତାକୁ ଉନ୍ନତ କରିବା ପାଇଁ ରିଜେକ୍ଟ ହାର ଦୂର କରିବା ଉପରେ ଗୁରୁତ୍ବାରୋପ କରିଥିଲା। ସେ ସାମୁଦାୟିକଙ୍କୁ ଫଣ୍ଡେସର ସ୍ବାସ୍ଥ୍ୟ ବଜାୟ ରଖୁବାକୁ ମଧ୍ୟ ଆହ୍ବାନ ଦେଇଥିଲେ।

ଏହି ଲକ୍ଷ୍ୟ ଗ୍ରହଣ ଏବଂ ସମୟୋଚିତ ଭାବରେ ହାସଲ କରିବା ପାଇଁ ଡ଼ିଆଇସି ନୂତନ ପ୍ଲେଟ ମିଲର ୩ ଜଣ ଅଧିକାରୀଙ୍କୁ ୩ଟି ପୁସ୍ତକ ମଧ୍ୟ ପ୍ରଦାନ କରିଥିଲେ। ନୂତନ ପ୍ଲେଟ ମିଲ ବିଭାଗର ସିଜିଏମ ଆର କେ ବିସାରେ ଶୀର୍ଷ ପ୍ରବନ୍ଧନ ତଥା ସହଯୋଗୀ ବିଭାଗ ଯଥା ପିପିସି, ଇଏମଡି, ଆର ଆଣ୍ଡ ସି ଏଲ୍, ଟି ଆଣ୍ଡ ଆରଏମ୍, ଇଡି ୱାର୍କସ ସଚିବାଳୟ, ଡ଼ିଆଇସି ସଚିବାଳୟ, ରୋଲ୍ ସପ , ସେଣ୍ଟ୍ରାଲାଇଜଡ଼ ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ୍ ମରାମତି ବିଭାଗଙ୍କୁ ରେକର୍ଡ ହାସଲରେ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe