ରାସ୍ତାକୁ ଓହ୍ଲାଇଲେ ଶୈଳବାଳା କଲେଜ ଛାତ୍ରୀ ; ମୁଖ୍ୟ ଫାଟକରେ ପକାଇଲେ ତାଲା

Advertisment

ତେଜୁଛି କଟକ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି । କଲେଜ ମୁଖ୍ୟ ଫାଟକରେ ତାଲା ପକାଇବା ସହ ରାସ୍ତାରୋକ କରି ପ୍ରତିବାଦ । ଆଗକୁ ତୀବ୍ର ଆନ୍ଦୋଳନ ଚେତାବନୀ ।

ତେଜୁଛି କଟକ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି । କଲେଜ ମୁଖ୍ୟ ଫାଟକରେ ତାଲା ପକାଇବା ସହ ରାସ୍ତାରୋକ କରି ପ୍ରତିବାଦ । ଆଗକୁ ତୀବ୍ର ଆନ୍ଦୋଳନ ଚେତାବନୀ ।

sailabala college

କନକ ବ୍ୟୁରୋ: ଗତକାଲି ରାଜ୍ୟ ବଜେଟ୍‌ ଉପସ୍ଥାପନ ହୋଇଛି । ବଜେଟ୍‌ ଉପସ୍ଥାପନ ବେଳେ ରାଜ୍ୟରେ ଆଉ ୪ଟି ନୂଆ ବିଶ୍ବବିଦ୍ୟାଳୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ଶୈଳବାଳା ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ବାବଦରେ କିଛି ଘୋଷଣା କରିନାହାନ୍ତି। ଏହାକୁ ନେଇ ଆଜି ଛାତ୍ରୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି।… 

ତେଜୁଛି ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି
କଲେଜ ମୁଖ୍ୟ ଫାଟକରେ ତାଲା, ଧାରଣାରେ ଛାତ୍ରୀ 

ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ନେଇ ଛାତ୍ରୀମାନେ ଦୀର୍ଘ ମାସେ ହେଲା ଆନ୍ଦୋଳନ କରୁଛନ୍ତି। କଲେଜ ପରିସରରେ ଶାନ୍ତିପୂର୍ଣ୍ଣ ଭାବେ ଦୈନିକ ୧ଘଣ୍ଟା ଧାରଣାରେ ବସୁଥିଲେ। ଗତକାଲି ରାଜ୍ୟ ବଜେଟ୍‌ରେ ଶୈଳବାଳା ପାଇଁ କିଛି ଘୋଷଣା ହୋଇନଥିବାରୁ ତାତିଛନ୍ତି ଛାତ୍ରୀ। ଆଜିଠାରୁ ଆନ୍ଦାଳନକୁ ଆହୁରି ବ୍ୟାପକ କରିଛନ୍ତି। ସକାଳ ୧୦ଟାରୁ ଛାତ୍ରୀମାନେ ସମସ୍ତ ଶ୍ରେଣୀ ଗୃହ ବନ୍ଦ କରି ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ସରକାର ଦାବି ପୂରଣ ନକଲେ ଆଗକୁ ବଡ଼ ଧରଣର ଆନ୍ଦାଳନ ହେବ। ଏପରିକି ବିଧାନ ସଭା ଓ ଲୋକସେବା ଭବନ ଘେରାଉ କରିବେ ବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି।  

ଅଧିକ ପଢ଼ନ୍ତୁ : ଭୂତ ଭୟ ଭିତରେ ଗାଁରେ ପ୍ରଶାସନ, କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରାୟଗଡ଼ା ମାରିଗୁଡ଼ାରେ ପହଂଚି ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ

ମୁଖ୍ୟ ଫାଟକରେ ତାଲା ପକାଇବା ଦ୍ଵାରା କଲେଜରେ ପାଠପଢ଼ା ଠପ୍‌ ହୋଇଯାଇଥିଲା। ଏଥିସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଅପରପକ୍ଷରେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଆନ୍ଦୋଳନ ଏବେ କଲେଜ ଛାତ୍ରୀଙ୍କ ମଧ୍ୟରେ ଆଉ ସୀମିତ ନାହିଁ। ଆନ୍ଦୋଳନକୁ କଟକ ମେୟର ସମେତ ବହୁ ବୁଦ୍ଧିଜୀବୀ ଓ ପୁରାତନ ଛାତ୍ରୀମାନେ ସମର୍ଥନ କରୁଛନ୍ତି। ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe