କନକ ବ୍ୟୁରୋ :  ମେଡିକାଲରୁ ଡିସଚାର୍ଚ୍ଚ ହୋଇ ଘରୁକ ଫେରିଛନ୍ତି ସୈଫ ଅଲ୍ଲି ଖାନ୍ । କଡା ସୁରକ୍ଷା ସୈଫଙ୍କୁ ମେଡିକାଲରୁ ଘରକୁ ଆଣିଥିଲା ମହାରାଷ୍ଟ୍ର ପୋଲିସ, ଘରେ ପହଂଚିବା ପରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ ସୈଫ । ସେପଟେ ରାତି ଅଧରେ କ୍ରାଇମ ସିନର ରିକ୍ରିଏସନ । ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଆକ୍ରମଣ ଘଟଣାରେ ରାତିରେ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୁଲିସ । ଗତ ଗୁରୁବାର ରାତିରେ ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ସୈଫଙ୍କୁ ଆକ୍ରମଣ କରିଥିଲା । ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦକୁ ନେଇ ସିନ ରିକ୍ରିଏସନ କରିଛି ପୁଲିସ । 

ସୋମବାର ରାତିରେ ସୈଫଙ୍କ ଘରୁକୁ ଅଭିଯୁକ୍ତକୁ ନେଇଥିଲା ପୁଲିସ । ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଟିମ କରିଛି କ୍ରାଇମ ସିନ ରିକ୍ରିଏସନ, ଯେଉଁ ରାସ୍ତା ଦେଇ ଅଭିଯୁକ୍ତ ପଶିଥିଲା ସେଠୁ ମିଳିଛି ଫିଙ୍ଗର ପ୍ରିଣ୍ଟ । ଘରର ୫ଟି ସ୍ଥାନରୁ ଅଭିଯୁକ୍ତର ୧୯ ଫିଙ୍ଗର ପ୍ରିଣ୍ଟ ମିଳିଛି । ସୈଫଙ୍କ ଘର ପରେ ଅନ୍ୟ ୩ଟି ସ୍ଥାନରେ କ୍ରାଇମ ସିନ ରିକ୍ରିଏସନ କରାଯାଇଛି । ସୈଫଙ୍କ ଘରୁ ବାହାରି କେମିତି ଓ କେଉଁଠିକି ଯାଇଥିଲା ଅଭିଯୁକ୍ତ ତାହା ପୁଲିସ ସାମ୍ନାରେ କହିଛି ଅଭିଯୁକ୍ତ । ୩ଦିନର ଜୋରଦାର ଛାନଭିନ ଓ କସରତ ପରେ ରବିବାର ଠାଣେରୁ ଅଭିଯୁକ୍ତକୁ ଧରିଲା ମୁମ୍ବାଇ ପୁଲିସ । ତେବେ ପୁଲିସକୁ ବୟାନ ଦେଇ ଜାନୁଆରୀ ୧୫ ତାରିଖ ଭୋରୁ ସେ କେମିତି ସୈଫଙ୍କ ଘରେ ପଶିଥିଲା, କଣ ରହିଥିଲା ଉଦ୍ଦେଶ୍ୟ ସେହି ସବୁ ବଖାଣିଛି ମହମ୍ମଦ । ଅପରାହ୍ନରେ ଲୀଲାବତି ମେଡିକାଲରୁ ଡିସଚାର୍ଜ ହୋଇଥିଲେ ସୈଫ୍ ଛୁରାମାଡ ଘଟଣାର ୬ଦିନ ପରେ ଏବେ ସୈଫଙ୍କ ଅବସ୍ଥା ସୁସ୍ଥ ଥିବାରୁ, ସେ ମୁମ୍ବାଇର ଲୀଳାବତୀ ଡ଼ାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି, ଆଉ ମେଡିକାଲରୁ ବାହାରିବା ପରେ ନୂଆ ଘର ଫର୍ଚୁନ ହାଇଟ୍ସ ଆପାର୍ଟମେଣ୍ଟ ଯାଇଛନ୍ତି । ସୈଫଙ୍କ ଅଫିସ ଫର୍ଚୁନ ହାଇଟ୍ସରେ ଅଛି ଏବଂ ପୂର୍ବରୁ ସୈଫ୍‌ ଏଠାରେ ରହୁଥିଲେ । ଏହି କୋଠାର ଉପର ୩ ମହଲା ସୈଫଙ୍କର । ସୈଫ୍‌ ପ୍ରାୟ ୮-୧୦ ବର୍ଷ ପୂର୍ବେ ଏହି ଆପାର୍ଟମେଣ୍ଟ ଗୁଡ଼ିକ କିଣିଥିଲେ । 

Advertisment

ସୈଫଙ୍କୁ ଆକ୍ରମଣ ଘଟଣା କେବଳ ବଲିଉଡରେ ପୂରା ମୁମ୍ବାଇରେ ଚହଳ ପକାଇଥିଲା । ସୈଫଙ୍କ ବାସବଭନରେ ନୂଆ ସିସିଟିଭି ଲାଗାଯାଥିବା ବେଳେ ତାରବାଡ ମଧ୍ୟ ବୁଲାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଟିମ ୩୫ଟି ଟିମ ଗଠନ କରିଥିଲା