ସୋମବାର ଡାକ୍ତରଖାନାକୁ ସୈଫଙ୍କୁ ମିଳିପାରେ ଛୁଟି । ଆଜି ସଂଧ୍ୟାରେ ବୟାନ ରେକର୍ଡ କରିପାରେ ପୁଲିସ ।

Advertisment

ଗତକାଲି ଅଭିନେତାଙ୍କ ମେରୁଦଣ୍ଡରୁ କଢ଼ାଯାଇଛି ୨ଏମଏମ ଭଙ୍ଗା ଛୁରି । ଘଟଣା ଦିନ ୬ଥର ଛୁରି ଭୁଷିଥିଲା ଅଭିଯୁକ୍ତ

ଗତକାଲି ଅଭିନେତାଙ୍କ ମେରୁଦଣ୍ଡରୁ କଢ଼ାଯାଇଛି ୨ଏମଏମ ଭଙ୍ଗା ଛୁରି । ଘଟଣା ଦିନ ୬ଥର ଛୁରି ଭୁଷିଥିଲା ଅଭିଯୁକ୍ତ

ଡାକ୍ତରଖାନାରୁ ଫେରିବେ ସୈଫ୍!

Photograph: (kanaknews)

କନକ ବ୍ୟୁରୋ : ସୈଫ ବର୍ତ୍ତମାନ ସୁସ୍ଥ ଅଛନ୍ତି ଓ ୮ଦିନ ତାଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ଡାକ୍ତର ଟିମ ମୁମ୍ବାଇ ଲୀଲାବତିରେରେ ଚାଲିଛି ସୈଫଙ୍କ ଚିକିତ୍ସା । ଆଜି ଆଇସିୟୁରୁ ବାହାରିବା ପରେ ୭ଦିନ ଧରି ଡାକ୍ତରଖାନାରେ ଚାଲିବ ଚିକିତ୍ସା । ଏନେଇ ଡାକ୍ତରୀଟିମ ପକ୍ଷରୁ ବିସ୍ତୁତ ସୂଚନା ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି ସୈଫଙ୍କ ଘର ଭିତରେ କିଭଳି ଏତେ ବଡ ଆକ୍ରମଣ ଘଟଣା ଘଟିଲା?  ୨୪ ଘଣ୍ଟାର କଡ଼ା ସୁରକ୍ଷା ଭିତରେ ଥିବା ୧୨ମହଲା ବିଲଡିଂ ଭିତରକୁ କିଭଳି ପଶିଲା ଆକ୍ରମଣକାରୀ ? ସୈଫଙ୍କ ଘରୋଇ ସହାୟକ କିମ୍ବା ଆଉ କାହା ସହ ଅଭିଯୁକ୍ତର ସିଧାସଳଖ ସମ୍ପର୍କ ଥିଲା କି? ଏନେଇ ଛାନଭିନ ଜୋରଦାର କରିବା ସହ ଅଭିନେତାଙ୍କ ଘରେ ରହୁଥିବା କର୍ମଚାରୀଙ୍କୁ ଡାକି ଜେରା କରୁଛି ପୁଲିସ ।

ନିକଟରେ ବାବା ସିଦ୍ଦିକିଙ୍କୁ ସର୍ବସମ୍ମୁଖରେ ହତ୍ୟା ଅନ୍ୟପଟେ ସଲମାନ ଖାନଙ୍କୁ ଲଗାତାର ମିଳୁଛି ହତ୍ୟା ଧମକ ।ଏହା ଭିତରେ ସୈଫ ଅଲ୍ଲୀ ଖାନଙ୍କ ଘର ଭିତରେ ପଶିବା, ତାଙ୍କୁ ଆକ୍ରମଣ କରିବା ଘଟଣା ଅନେକ ପ୍ରଶ୍ନ ଉଠାଇଛି । ସେପଟେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୁଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି ବୋଲି ଖବର ପ୍ରସାରଣ ହେବାପରେ ପୁଲିସ ଏନେଇ ସ୍ପଷ୍ଟୀକରଣ ଦେଇଛି। ମୁମ୍ବାଇ ପୁଲିସ କହିଛି ଶୁକ୍ରବାର ସକାଳେ ବାନ୍ଦ୍ରା ଥାନାକୁ ଜେରା ପାଇଁ ଅଣାଯାଇଥିବା ସନ୍ଦିଗ୍ଧର ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରୀମାଡ଼ ମାମଲା ସହ କୌଣସି ସଂପର୍କ ନାହିଁ। ମାମଲାରେ ଏଯାବତ କେହି ଅଟକ ରହିନାହାନ୍ତି କି ଗିରଫ ହୋଇନାହାନ୍ତି ବୋଲି ପୁଲିସ ସ୍ପଷ୍ଟ କରିଛି। ତେବେ ଘଟଣାକୁ ଦୁଇ ଦିନ ବିତିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାରେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୁଲିସ । ଯାହାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ।  
 ଅଟୋ ଡ୍ରାଇଭର ବଖାଣୀରେ ପୁରା କାହାଣୀ ।  

ଅଟୋ ଡ୍ରାଇଭର କହିଛନ୍ତି, ‘ଆମେ ଆସୁଥିଲୁ, ହଠାତ୍ ଏକ ଶବ୍ଦ ଶୁଣିଲୁ। ଦୂରରୁ ଜଣେ ଆଣ୍ଟି ଦୂରରୁ ଡାକିଲେ, ରିକ୍ସା-ରିକ୍ସା।’ ତେଣୁ ମୁଁ ମଧ୍ୟ ଭୟଭୀତ ହୋଇଗଲି। ତା’ପରେ ଗେଟ୍ ରୁ ମଧ୍ୟ ଗୋଟିଏ ଶବ୍ଦ ଆସିଲା। ତେଣୁ ମୁଁ ୟୁ-ଟର୍ନ ନେଇ ଗେଟ୍ ପାଖକୁ ଗଲି ଏବଂ ସେଠାରେ ଗାଡି ପାର୍କ କଲି। ଅଟୋ ଡ୍ରାଇଭର ଆହୁରି କହିଥିଲେ, ”ସେ ସମୟରେ ମୁଁ ଏହା ଜାଣି ନ ଥିଲି କି ସେ ସୈଫ ଅଲି ଖାନ। ସେ ଏକ ଧଳା କୁର୍ତ୍ତା ପିନ୍ଧିଥିଲେ, ଯାହା ସମ୍ପୂର୍ଣ୍ଣ ରକ୍ତ ହୋଇସାରିଥିଲା। ପୁରା ଶରୀରରେ ଜଖମ ଥିଲା। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହାପରେ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe