ଚିହ୍ନଟ ହେଲା ସୈଫଙ୍କ ଆକ୍ରମଣକାରୀ ; ପୋଲିସ କହିଲା, ଚୋରୀ ଉଦ୍ଦେଶ୍ୟରେ ପଶିଥିଲା ଦୁର୍ବୃତ୍ତ

ବଲିଉଡ ଅଭିନେତା ସୈଫ୍ ଅଲି ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିକୁ ଚିହ୍ନଟ କରାଯାଇଛି। ପୋଲିସର ସୂଚନା ମୁତାବକ, ଏଯାଏଁ ହୋଇଥିବା ଯାଞ୍ଚରେ ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି।

saif

saif Photograph: (KanakNews)

କନକ ବ୍ୟୁରୋ: ବଲିଉଡ ଅଭିନେତା ସୈଫ୍ ଅଲି ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିକୁ ଚିହ୍ନଟ କରାଯାଇଛି। ପୋଲିସର ସୂଚନା ମୁତାବକ, ଏଯାଏଁ ହୋଇଥିବା ଯାଞ୍ଚରେ ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି। 

ନିଜ ଘରେ ଅଜଣା ବ୍ୟକ୍ତିଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ମୁମ୍ବାଇ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ବେକ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ନ୍ୟୁରୋ ସର୍ଜରୀ କରାଯାଇଥିବା ସୂଚନା ରହିଛି । ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି । ଗତକାଲି ରାତି ପାଖାପାଖି ୨ ଟା ସମୟରେ ସୈଫ୍ ତାଙ୍କ ପିଲାଙ୍କ ରୁମରେ ଥିବାବେଳେ ସେଠାରେ ତାଙ୍କୁ ଜଣେ ଆତତାୟୀ ଛୁରାମାଡ କରିଥିଲା । ବ୍ୟକ୍ତି ଜଣକ ସେଠାରୁ ପୂର୍ବରୁ ଲୁଚି ରହିଥିବା କୁହାଯାଉଛି । ବ୍ୟକ୍ତି ଜଣକ ଚୋରୀ ଉଦ୍ଦେଶ୍ୟରେ ଘରେ ପଶିଥିଲା । ଏବଂ ନିଜ ଉଦ୍ଦେଶ୍ୟରେ ବିଫଳ ହେବାରୁ ସୈଫଙ୍କୁ ଆକ୍ରମଣ କରିବା ପରେ ସିଡି ପଟେ ଖସିପଳାଇଥିଲା । ହେଲେ ସିସିଟିଭି ନଜରରେ ପଡିନଥିଲା । ଏବେ ସୁଦ୍ଧାର ତାକୁ ଚିହ୍ନଟ କରାଯାଇଥିଲେ ବି ପରିଚୟ ପ୍ରକାଶ କରାଯାଇନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe