କନକ ବ୍ୟୁରୋ : ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ୍ । ଏଣିକି ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର । ବ୍ୟବହାର ହୋଇନଥିବା ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ଅଧୀନରେ ଏହି ନୂତନ ପଦକ୍ଷେପ ନିଆଯାଉଛି । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ବିଭିନ୍ନ ବିଭାଗକୁ ଚିଠି ଲେଖିଛନ୍ତି । ସହରରେ ରହୁଥିବା ଗରିବ ଲୋକ, ବାହାରୁ ଆସି କାମ କରୁଥିବା ପ୍ରବାସୀ ଶ୍ରମିକ, ଶିଳ୍ପ ଶ୍ରମିକ, କର୍ମଜୀବୀ ମହିଳା ଏବଂ ଯେଉଁମାନେ ତୁରନ୍ତ ନିଜର ଘର କିଣିବାକୁ ଅସମର୍ଥ, ସେମାନଙ୍କୁ ଏହି ଯୋଜନାରେ ଶସ୍ତାରେ ଭଡ଼ା ଘର ଯୋଗାଇ ଦିଆଯିବ ।
ଅଧିକ ପଢନ୍ତୁ... ପୁଣି ବଢ଼ିଲା ଚିଟଫଣ୍ଡ ଜମାକାରୀଙ୍କ ଆବେଦନ ତାରିଖ : ମାର୍ଚ୍ଚ ୩୧ ଯାଏଁ କରିପାରିବେ ଆବେଦନ
ସେଥିପାଇଁ ସହରାଞ୍ଚଳରେ ବିଭିନ୍ନ ବିଭାଗ ଅଧୀନରେ ଥିବା ଖାଲି ଓ ଅବ୍ୟବହୃତ କୋଠାବାଡ଼ିଗୁଡ଼ିକୁ ତୁରନ୍ତ ଚିହ୍ନଟ କରାଯିବ । ଏହି ପୁରୁଣା କୋଠାଗୁଡ଼ିକୁ ମରାମତି କରାଯାଇ ବାସୋପଯୋଗୀ କରାଯିବ । ଏହା ଦ୍ୱାରା କେବଳ ଗରିବ ଲୋକଙ୍କୁ ଘର ମିଳିବ ତାହା ନୁହେଁ, ବରଂ ଏଥିରୁ ସରକାରଙ୍କୁ ଭଡ଼ା ବାବଦରେ ରାଜସ୍ୱ ମଧ୍ୟ ମିଳିବ । ଗାଇଡ୍ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ । ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ । ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରୀବଙ୍କୁ ଭଡ଼ା ଦେବେ ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/06/1-2026-02-06-15-21-28.jpg)