କନକ ବ୍ୟୁରୋ : ସାହାରା ଜମାକାରୀ ଏବେ ଆଶ୍ବସ୍ତ । କେନ୍ଦ୍ରାପଡ଼ାରେ ଏବେ ସାହାରା କାର୍ଯ୍ୟାଳୟ ଖୋଲିଛି । ଆଉ ଜମାକାରୀ ଏବେ ଟଙ୍କା ଫେରି ପାଇବାର ଆଶା ଉଙ୍କିମାରିଛି । ଟଙ୍କା ଫେରି ପାଇବା ଆଶାରେ ସାହାର କାର୍ଯ୍ୟାଳୟ ବାହାରେ ଭିଡ଼ ଜମାଇଛନ୍ତି ଜମାକାରୀ ।
ରାଜ୍ୟରେ ଅନେକ ସ୍ଥାନରେ ସାହାରା କାର୍ଯ୍ୟାଳୟ ବନ୍ଦ ହୋଇ ସାରିଛି । ମାତ୍ର କେନ୍ଦ୍ରାପଡ଼ାରେ ଏହାର ଅଫିସ୍ ବ୍ରାଞ୍ଚ ଖୋଲୁଥିବାରୁ ଜମାକାରୀ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି । କେନ୍ଦ୍ରାପଡ଼ା ବନିମାଳରେ ଖୋଲିଛି ସାହାରାର ନୂଆ କାର୍ଯ୍ୟାଳୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/19/sF084kk9VMk7lKALfyrV.jpg)