କନକ ବ୍ୟୁରୋ : ସାହାରା ଇଣ୍ଡିଆର ଜମାକାରୀମାନଙ୍କୁ ଆଉ ୫ ହଜାର କୋଟି ଟଙ୍କା ଫେରସ୍ତ ମିଳିବ । କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ନିକଟରେ ସାହାରା ଗ୍ରୁପ୍‌ ପକ୍ଷରୁ ଜମା କରାଯାଇଥିବା ପ୍ରାୟ ୨୫ ହଜାର କୋଟି ରାଶିରୁ ୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଏନେଇ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସାହାରା ଗ୍ରୁପ୍ ଅଫ୍ କୋଅପରେଟିଭ୍‌ ସୋସାଇଟିର ଜମାକାରୀମାନଙ୍କୁ ଏହି ଅର୍ଥ ଫେରସ୍ତ କରାଯିବ । ଏହା ସାହାରା-ସେବି ରିଫଣ୍ଡ୍‌ ଖାତାରୁ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକଙ୍କୁ ଦିଆଯିବ । ଆବଶ୍ୟକ ଯାଞ୍ଚ୍ ପରେ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ ଏହି ଅର୍ଥ ଜମାକାରୀମାନଙ୍କୁ ପ୍ରଦାନ କରିବେ । ସୁପ୍ରିମକୋର୍ଟର ୨୦୨୩ ମାର୍ଚ୍ଚ ଆଦେଶରେ ଦିଆଯାଇଥିବା ପ୍ରକ୍ରିୟା ଅନୁରୂପ ଏହା କରାଯିବ । 

ସାହାରା ଜମାକାରୀଙ୍କୁ 
ମିଳିବ ୫ ହଜାର କୋଟି

Advertisment

୫ ହଜାର କୋଟି ଟଙ୍କାର ବିତରଣ ସମୟସୀମା ବୃଦ୍ଧି
ଶେଷ ତାରିଖ ୨୦୨୫ ଡିସେମ୍ବର ୩୧ ପରିବର୍ତ୍ତେ ୨୦୨୬ ଡିସେମ୍ବର ୩୧
୫ କୋଟି ୪୩ ଲକ୍ଷ ନିବେଶକ ପ୍ରାୟ ୧ ଲକ୍ଷ ୧୩ ହଜାର ୫୦୪ କୋଟି ଦାବି କରିଛନ୍ତି 
୨୬ ଲକ୍ଷ ୨୫ ହଜାର ୯୦ ଜଣ ଜମାକାରୀଙ୍କୁ ୫ ହଜାର ୫୩ କୋଟି ୧ ଲକ୍ଷ ଟଙ୍କା ଫେରସ୍ତ
୧୩ ଲକ୍ଷ ୩୪ ହଜାର ୯୯୪ ଜଣ ନିବେଶକ ଅର୍ଥ ଫେରି ପାଇବା ପାଇଁ ଆବେଦନ କରିଛନ୍ତି
ସେହିସବୁ ଆବେଦନଗୁଡ଼ିକର ଯାଞ୍ଚ ଜାରି ରହିଛି
ଏମାନଙ୍କ ଦାବି ବାବଦ ରାଶି ପ୍ରାୟ ୨୭ ହଜାର ୮୪୯ କୋଟି ୯୫ ଲକ୍ଷ ଟଙ୍କା