କନକ ବ୍ୟୁରୋ: ରାଜ୍ୟର ୪ଟି ଜୋନ୍‌ରେ ଚାଲିଥିବା ୬୪ତମ ବରିଷ୍ଠ ପୁରୁଷ ଆନ୍ତଃଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସାହାଣୀ କପ୍ ୨୦୨୫ ଏବେ ଅନ୍ତିମ ପର୍ଯ୍ୟାୟରେ । ପ୍ରଥମ ଥର ପାଇଁ ଏଭଳି ଏକ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ବ୍ରହ୍ମପୁର ସହରରେ ଆୟୋଜନ ହୋଇଥିବାରୁ ବେଶ୍‌ ଖୁସି ଗଂଜାମ ଜିଲ୍ଲାର କ୍ରୀଡ଼ାପ୍ରେମୀ । 
 
ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ୍‌ ଠାରେ ଚାଲିଛି ୬୪ତମ ପୁରୁଷ ଆନ୍ତଃଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସାହାଣୀ କପ୍ ୨୦୨୫ । ଓଡ଼ିଶା ଫୁଟବଲ ସଂଘ ଓ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଜୁଲାଇ ୧୬ ତାରିଖରୁ ଅଗଷ୍ଟ ୩ତାରିଖ ୧୯ଦିନ ଚାଲିବ ଆନ୍ତଃଜିଲ୍ଲା ଟୁର୍ଣ୍ଣାମେଣ୍ଟ । ରାଜ୍ୟର ୩୩ଟି ଦଳ ୪ଟି ଜୋନ୍‌ରେ ଭାଗ ନେଇଛନ୍ତି । ବ୍ରହ୍ମପୁର ଜୋନ୍‌ରେ ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ଗଜପତି, ଭୁବନେଶ୍ୱର, ନବରଙ୍ଗପୁର ଓ ଗଞ୍ଜାମ ଭଳି ୮ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା ଜୋନସ୍ତରୀୟ ମ୍ୟାଚ୍ । 

Advertisment

ଆସନ୍ତା ୩ ତାରିଖରେ କଟକରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ତେବେ ବ୍ରହ୍ମପୁର ଜୋନ୍‌ରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଥିଲା । ଏଭଳି ଫୁଟବଲ ମ୍ୟାଚ୍‌କୁ ନେଇ ଖୁସି ପ୍ରକାଶ କରିଛନ୍ତି ଖେଳାଳି । ଖେଳାଳି ଓ କ୍ରୀଡ଼ା ପ୍ରେମୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଷ୍ଟାଡିୟମ୍‌କୁ ବ୍ୟବହାର ଉପଯୋଗୀ କରିବାକୁ ଅନୁରୋଧ କରିଛନ୍ତି ।