କନକବ୍ୟୁରୋ : ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିବେ ପୋଲିସ । ଗତକାଲି ତିନି ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଗିରଫ ମହିଳାଙ୍କ ନାଁ ଲିପିକା ନାୟକ। ଅନ୍ୟ ଦୁଇ ଜଣ ଲକ୍ଷ୍ମୀଧର ନାୟକ ଓ ରକି ନାୟକ ।
ସହଦେବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ହୋଇଥିବା ଜଣାପଡିଛି। ଘଟଣାର ୧୨ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ । ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ । ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ ଗିରଫ ସହ ଯେଉଁ ମାନେ ଧାରା ହେଇଛନ୍ତି ତାଙ୍କୁ ଆଜୀବନ ଜେଲ ନହେଲେ ଫାଶୀ ଦାବି କରି ୧୦୦୦ ରୁ ଉର୍ଦ୍ଧ ସଫେଇ କର୍ମଚାରୀ ଧାରଣାରେ । ସବୁ ୱାର୍ଡରେ ସଫେଇ କାମ ବନ୍ଦ ଅଛି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧରଣରୁ ଉଠିବେନି ସଫେଇ କର୍ମଚାରୀ ସଂଘ।