କନକବ୍ୟୁରୋ : ସହଦେବ ନାୟକ ହତ୍ୟାକାଣ୍ଡ ମାମଲା। ଅନ୍ୟତମ ଅଭିଯୁକ୍ତ ସୁଷେଇ ନାୟକ ଓରଫ ସୁଶାନ୍ତ ଗିରଫ। କଟକ ଜିଲ୍ଲା କାନପୁର ଥାନା ଅଂଚଳରୁ ସୁଶାନ୍ତକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ସୁଷେଇ ହତ୍ୟାକାଣ୍ଡ କରିବା ପରେ ନିଜ ପଲସର୍ ଗାଡିକୁ ଛାଡି ଫେରାର୍ ହୋଇଯାଇଥିଲା । ଜାନୁଆରୀ ୮ ତାରିଖ ସକାଳେ ସଫେଇ କର୍ମଚାରୀ ସଭାପତି ସହଦେବ ନାୟକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା ।
ଜାତୀୟ ରାଜପଥ ଉପରେ ମୁଣ୍ଡ ଗଣ୍ଡି ହୋଇଯାଇଥିଲା ଅଲଗା। ଏହି ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି। ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ସହଦେବ ନାୟକଙ୍କୁ ବାଇକ୍ରେ ଆସି ହତ୍ୟା କରାଯାଇଥିଲା ।
ମୃତକ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ। ସହଦେବ ପୁଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ । ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ହତ୍ୟା ପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/01/R5Lnl3TeUTv5CsrnTFiY.jpg)