କନକ ବ୍ୟୁରୋ : ବର୍ତ୍ତମାନ ସାରା ବିଶ୍ୱକୁ ଘାରିଛି ପରମାଣୁ ଯୁଦ୍ଧର ଚିନ୍ତା । ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି ଏତେ ଭୟଙ୍କର ହୋଇଯାଇଛି ଯେ ଋଷ ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ ବାରମ୍ୱାର ଚେତାବନୀ ଦେଇଆସୁଛି । ତେବେ ଯଦି ପରମାଣୁ ଯୁଦ୍ଧ ହୁଏ ତାହେଲେ କେବଳ ମଣିଷ ସମାଜ ଏହାର ଶିକାର ହେବେ ତା ନୁହେଁ । ଅନେକ ପୀଢି ଏହାର ପରିଣାମ ଭୋଗିବେ । ଏହା ସହିତ ମଣିଷ ଶରୀରରେ ଏପରି ପରିବର୍ତ୍ତନ ଆସିୱ ଯାହା କଳ୍ପନା ବି କରିହେବନି । କିନ୍ତୁ ଏପରି କିଛି ଦେଶ ରହିଛି ଯେଉଁଠି ପରମାଣୁ ଅସ୍ତ୍ରର ପ୍ରଭାବରୁ ଲୋକେ ବର୍ତ୍ତିପାରିବେ ।
ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଦୁଇଟି ଏପରି ଦେଶ ଯେଉଁଠାରେ ଲୋକେ ପରମାଣୁ ଯୁଦ୍ଧରୁ ରକ୍ଷା ପାଇପାରିବେ । ଏହି ଦୁଇ ଦେଶର ଭୌଗୋଳିକ ସ୍ଥିତି ହିଁ ଏହି ଦୁଇ ଦେଶକୁ ପରମାଣୁ ଆକ୍ରମଣରୁ ରକ୍ଷା କରିପାରିବ । ଏହି ଦୁଇ ଦେଶ ଏତେ ଦୁରରେ ଅବସ୍ଥିତକି ଏଠାରେ କୌଣସି ପରମାଣୁ କ୍ଷମତାପୂର୍ଣ୍ଣ ମିସାଇଲ୍ ପହଞ୍ଚିବା ଏକପ୍ରକାର ଅସମ୍ଭବ । ଏଠାରେ ଅବସ୍ଥିତ ଆଇସଲ୍ୟାଣ୍ଡ ବି ପରମାଣୁ ବମର ଉତ୍ତାପକୁ ନିୟନ୍ତ୍ରଣ କରିପାରିବ । ପରମାଣୁ ଅସ୍ତ୍ରରୁ ରକ୍ଷା ପାଇବା ପାଇଁ ସ୍ବିଜରଲ୍ୟାଣ୍ଡବି ନିଜକୁ ପ୍ରସ୍ତୁତ କରୁଛି । ଏପରି ବଙ୍କର ବନାଉଛି, ଯାହା ପରମାଣୁ ଆକ୍ରମଣରୁ ଲୋକଙ୍କୁ ରକ୍ଷା କରିପାରିବ ।