ଦେଶ ହେଉ କି ରାଜ୍ୟ ହେଉ ପ୍ରତିଦିନ ନାରୀ ନିର୍ଯାତନା, ଦୁଷ୍କର୍ମ, ହତ୍ୟା ଭଳି ସଂଗୀନ ଖବର ସାମ୍ନାକୁ ଆସୁଛି । ଦେଶରେ ବଢ଼ୁଥିବା ଅପରାଧକୁ ନେଇ ସ୍ବର ବି ଉଠୁଛି, କିନ୍ତୁ ଅପରାଦ କମୁନି । ଖାସକରି ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ଆଉ ଏହାରି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଭାରତରେ ମହିଳାମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ସ୍ପଷ୍ଟ କରିଛି ଯେ ମହିଳା ସୁରକ୍ଷା, କ୍ୟାରିୟର ଅଭିବୃଦ୍ଧି ଏବଂ ଜୀବନଯାପନ ସ୍ୱାଧୀନତା ଦୃଷ୍ଟିରୁ କେଉଁ ସହରଗୁଡ଼ିକ ଆଗରେ ଅଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦିଲ୍ଲୀ କିମ୍ବା ମୁମ୍ବାଇ ଭଳି ପ୍ରମୁଖ ସହର ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିବାରେ ବିଫଳ ହୋଇଛି । ଦକ୍ଷିଣ ଭାରତର ସହରଗୁଡ଼ିକ ମହାଳାଙ୍କ ପାଇଁ ଅଧିକ ସୁରକ୍ଷିତ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଆସନ୍ତୁ ଜାଣିବା ଦିଲ୍ଲୀ ଏବଂ ମୁମ୍ବାଇ ବ୍ୟତୀତ କେଉଁ ଭାରତୀୟ ସହର ମହିଳା ସୁରକ୍ଷାରେ ପ୍ରଥମ ସ୍ଥାନରେ ଅଛି ଏବଂ ସମ୍ପୂର୍ଣ୍ଣ ତାଲିକାରେ କେଉଁ ସହରଗୁଡ଼ିକ ଅନ୍ତର୍ଭୁକ୍ତ...

Advertisment

ସବୁଠାରୁ ସୁରକ୍ଷିତ ସହର ବେଙ୍ଗାଲୁରୁ

ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁକୁ ଦେଶର ମହିଳାମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ଏବଂ ଅନୁକୂଳ ସହର ଭାବରେ ସ୍ଥାନ ଦିଆଯାଇଛି । ବେଙ୍ଗାଲୁରୁ ସହରକୁ ୫୩.୨୯ ସ୍କୋର ମିଳିଛି । ଏଠାରେ ମହିଳାମାନେ କେବଳ ସୁରକ୍ଷିତ ଅନୁଭବ କରନ୍ତି ନାହିଁ, ବରଂ ଭଲ କ୍ୟାରିଅର ସୁଯୋଗ ପାଇଥାନ୍ତି ।

ଦ୍ୱିତୀୟ ସ୍ଥାନରେ ଚେନ୍ନାଇ

ତାଲିକାରେ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହିଛି । ରିପୋର୍ଟ ଅନୁଯାୟୀ, ସୁରକ୍ଷା, ସାର୍ବଜନୀନ ସେବା, ପରିବହନ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ସାମାଜିକ ମାପଦଣ୍ଡରେ ଚେନ୍ନାଇ ଆଗରେ ରହିଛି । ମହିଳାମାନଙ୍କର ଆର୍ଥିକ ଅଂଶଗ୍ରହଣ ଏବଂ ଏକ ସୁରକ୍ଷିତ ପରିବେଶ, ନିରନ୍ତର ଭାବରେ ସହରକୁ ଉଚ୍ଚ ସ୍ଥାନ ଦେଇଛି ।

ପୁନେ ଏବଂ ହାଇଦ୍ରାବାଦ

ରିପୋର୍ଟରେ ପୁଣେ ତୃତୀୟ ସ୍ଥାନରେ ଥିବା ବେଳେ ହାଇଦ୍ରାବାଦ ଚତୁର୍ଥ ସ୍ଥାନରେ ରହିଛି । ଉଭୟ ସହର ମହିଳାମାନଙ୍କ ପାଇଁ ବାସସ୍ଥାନ, ନିଯୁକ୍ତି, ଅଂଶଗ୍ରହଣ ଏବଂ ଶିଳ୍ପ ସହାୟତାକୁ ଅତ୍ୟାବଶ୍ୟକ ବୋଲି ମାନ୍ୟତା ଦେଇଛି । ବିଶେଷକରି ମହିଳାମାନଙ୍କ ପାଇଁ ଚାକିରି ଏବଂ କର୍ମକ୍ଷେତ୍ର ପ୍ରତିନିଧିତ୍ୱ ଦୃଷ୍ଟିରୁ ହାଇଦ୍ରାବାଦ ଭଲ ସ୍ଥାନ ପାଇଛି ।

ଶ୍ରେଷ୍ଠ ପାଞ୍ଚଟିରେ ମୁମ୍ବାଇ ସାମିଲ

ଏହି ତାଲିକାରେ ମୁମ୍ବାଇ ଶ୍ରେଷ୍ଠ ପାଞ୍ଚଟି ମଧ୍ୟରେ ଅଛି, କିନ୍ତୁ ଏହା ପଞ୍ଚମ ସ୍ଥାନରେ ଅଛି । ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ନିଯୁକ୍ତି ସୁଯୋଗ ପ୍ରଚୁର ଥିଲେ ମଧ୍ୟ ମହଙ୍ଗା ଜୀବନଶୈଳୀ ଏବଂ ଭିତ୍ତିଭୂମି ମହିଳାମାନଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି ।