କନକ ବ୍ୟୁରୋ : ଲରେନ୍ସ ବିଷ୍ଣୋଇଙ୍କୁ ନେଇ ସାରା ଦେଶରେ ହଇଚଇ ଚାଲିଥିବା ବେଳେ ଆରଏସଏସ ନେତ୍ରୀ ସ୍ୱାଧୀପ୍ରାଚୀଙ୍କ ବୟାନ ଏବେ ଚର୍ଚ୍ଚାକୁ ଆସିଛି । ଉତ୍ତରପ୍ରଦେଶ ମୁଜଫରନଗର ଜନପଦରେ ଗୁରୁବାର ଦିନ ହିନ୍ଦୁତ୍ୱାବାଦୀ ନେତା ସ୍ୱାଧୀପ୍ରାଚୀ କହିଛନ୍ତି ଲରେନ୍ସ ବିଷ୍ଣୋଇ ଜଣେ ଅସଲି ଗାନ୍ଧୀବାଦୀ । ସଲମାନ ଖାନ ଅନେକ ଝିଅଙ୍କ ଜୀବନ ନଷ୍ଟ କରିଛନ୍ତି ଆଉ ଆଜି ତାଙ୍କ ଜୀବନ ପ୍ରତି ବିପଦ ଥିବାର ଡେଙ୍ଗୁରା ପିଟୁଛନ୍ତି ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି କି, ମୁଁ କୌଣସି ଅପରାଧକୁ ସମର୍ଥନ କରେନାହିଁ । ହେଲେ ବିଷ୍ଣୋଇ ଜଣେ ଗାନ୍ଧୀବାଦୀ ବୋଲି ସେ ଜୋର ଦେଇ କହିଛନ୍ତି । ଲରେନ୍ସ ପ୍ରକୃତରେ ଭାଇଚାରା ପାଳନ କରୁଛନ୍ତି, ବିଷ୍ଣୋଇ ସମାଜ ପ୍ରକୃତିର ପୂଜା କରିଥାନ୍ତି ଓ ଗାନ୍ଧୀ ବି ପ୍ରକୃତିର ଜଣେ ପ୍ରକୃତ ଉପାଶକ ଥିଲେ ବୋଲି ସେ କହିଛନ୍ତି ।
ସ୍ୱାଧୀପ୍ରାଚୀ ଉତ୍ତରପ୍ରଦେଶର ବଗାପତ ଜିଲ୍ଲାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ସାର୍ବଜନୀନ ଜୀବନ ସଂଘ ପରିବାରର ଜଣେ ପ୍ରଶିକ୍ଷକ ସଦସ୍ୟ ଭାବେ ଆରମ୍ଭ କରିଥିଲେ । ସଂଘ ପରିବାରର ମହିଳା ଶାଖା ରାଷ୍ଟ୍ରୀୟ ସେବିକା ସମିତିର ପ୍ରଶିକ୍ଷକ ଥିଲେ । ଏହାପରେ ସେ ସଂଘ ପରିବାରର ଜଣେ ଜଣାଶୁଣା ନେତା ଭାବେ ପରିଚୟ ପାଇଥିଲେ ।