କନକ ବ୍ୟୁରୋ : ଦେଶରେ ମହାକୁମ୍ଭ ମେଳା ପାଇଁ ଉତ୍ସବର ମାହୋଲ ବେଳେ ହରିଦ୍ବାରରୁ ଆସିଛି ଏକ ଦୁଖଃଦ ଖବର । ହରିଦ୍ବାରର ପ୍ରସଦ୍ଧ ଜୁନା ଅଖାଡାର ଜଣେ ସନ୍ଥ ଆତ୍ମହତ୍ୟା କରିଛନ୍ତି । ସନ୍ଥଙ୍କର ନାଁ ହେଉଛି ସୁରେଶଆନନ୍ଦ ଏବଂ ତାଙ୍କ ବୟସ ୭୦ ହେବ ବୋଲି ଜଣାପଡିଛି । ଜୁନା ଆଖାଡା ନିକଟରେ ଥିବା ଏକ ଘରେ ସେ ବିଗତ କିଛି ମାସ ଧରି ଭଡ଼ାରେ ରହୁଥିଲେ ।
ତେବେ ଗତକାଲିଠୁ ଘରର କବାଟ ଭିତରୁ ପଟୁ ବନ୍ଦ ଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢିଥିଲା । ପରେ ପୁଲିସ ପହଞ୍ଚି ଘର ଭାଙ୍ଗି ଭିତରୁ ମୃତ ଦେହ ଉଦ୍ଦାର କରିଥିଲେ । ବେକ ଦଉଡି ଲଗାଇ ସନ୍ଥ ଆତ୍ସହତ୍ୟା କରିଥିବା ଅନୁମାନ କରାଯାଉଛି । କିନ୍ତୁ ଜଣେ ସନ୍ଥ କାହିଁକି ଆତ୍ମହତ୍ୟା କଲେ? କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେଲେ ? ନାଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି । ସେନେଇ ତଦନ୍ତ କରୁଛି ପୁଲିସ୍ ।