କନକ ବ୍ୟୁରୋ: ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷରୁ ଗଣହତ୍ୟା ମାମଲା । ୧୩ ସନ୍ଦିଗ୍ଧଙ୍କୁ ସଦରଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ୧୩ ଜଣଙ୍କ ମଧ୍ୟରେ ୭ ପୁରୁଷ ଓ ୬ ମହିଳା ରହିଛନ୍ତି । ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବୁଢ଼ାପଙ୍କ ମୁଣ୍ଡାବସ୍ତି ପଡ଼ିଆରୁ ଉଠାଇ ଆଣିଛି ପୁଲିସ । ହତ୍ୟାକାଣ୍ଡସହ ସମାନଙ୍କ ସମ୍ପର୍କ ଅଛି କି ନାହିଁ ସେନେଇ ପୋଲିସ୍ ଜେରା କରୁଛି । ଅକ୍ଟୋବର ୨୯ ରାତିରେ ରାତିରେ ସୁନ୍ଦରଗଡ଼ ସଦରଥାନା କରମଡିହି ପଞ୍ଚାୟତ ପଡ଼ିଆରେ ଶୋଇଥିବାବେଳେ ମହାରାଷ୍ଟ୍ର ଯାଯାବର ଗୋଷ୍ଠୀ ଉପରେ ଭୁଜାଲି ଦ୍ୱାରା ଆକ୍ରମଣ କରିଥିଲେ ତାମିଲନାଡୁର ଯାଜାବର ଗୋଷ୍ଠୀ । ଏଥିରେ ୩ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର ଯାଜାବର ଗୋଷ୍ଠୀ ଅବିନାଶ ପୱାରଙ୍କ ଦ୍ୱିତୀୟ ପତ୍ନୀଙ୍କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ମଙ୍ଗଳବାର ରାତିରେ ତାମିଲନାଡୁ ଗୋଷ୍ଠୀର ଲୋକ ଆକ୍ରମଣ କରିଥିଲେ । ମହାରାଷ୍ଟ୍ର ଯାଯାବର ଗୋଷ୍ଠୀର ୫ ଜଣଙ୍କୁ ଯୋଜନବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଛନ୍ତି ତାମିଲନାଡୁର ଯାଯାବର ଗୋଷ୍ଠୀ । ପୋଲିସ ସେମାନଙ୍କୁ ଖୋଜୁଥିବାବେଳେ ୧୨ ଜଣଙ୍କୁ ଅଟକ ରଖି ଜେରା କରୁଛି ।
ସୁନ୍ଦରଗଡ଼ ଗଣହତ୍ୟା ମାମଲା: ଅନୁଗୁଳରୁ ୧୩ଜଣଙ୍କୁ ଉଠାଇ ନେଲା ସଦର ଥାନା ପୋଲିସ
ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷରୁ ଗଣହତ୍ୟା ମାମଲା । ୧୩ ସନ୍ଦିଗ୍ଧଙ୍କୁ ସଦରଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ୧୩ ଜଣଙ୍କ ମଧ୍ୟରେ ୭ ପୁରୁଷ ଓ ୬ ମହିଳା ରହିଛନ୍ତି ।