ସୁନ୍ଦରଗଡ଼ ଗଣହତ୍ୟା ମାମଲା: ଅନୁଗୁଳରୁ ୧୨ ଜଣଙ୍କୁ ଉଠାଇ ନେଲା ସଦର ଥାନା ପୋଲିସ

Advertisment

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷରୁ ଗଣହତ୍ୟା ମାମଲା। ୧୨ ସନ୍ଦିଗ୍ଧଙ୍କୁ ସଦରଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଅଟକଙ୍କ ମଧ୍ୟରେ ମହିଳାବି ଅଛନ୍ତି। ସମସ୍ତଙ୍କୁ ଅନୁଗୁଳରୁ ଉଠାଇ ଆଣିଛି ପୁଲିସ।

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷରୁ ଗଣହତ୍ୟା ମାମଲା। ୧୨ ସନ୍ଦିଗ୍ଧଙ୍କୁ ସଦରଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଅଟକଙ୍କ ମଧ୍ୟରେ ମହିଳାବି ଅଛନ୍ତି। ସମସ୍ତଙ୍କୁ ଅନୁଗୁଳରୁ ଉଠାଇ ଆଣିଛି ପୁଲିସ।

ddfdf

କନକ ବ୍ୟୁରୋ: ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷରୁ ଗଣହତ୍ୟା ମାମଲା। ୧୨ ସନ୍ଦିଗ୍ଧଙ୍କୁ ସଦରଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଟକଙ୍କ ମଧ୍ୟରେ ମହିଳାବି ଅଛନ୍ତି । ସମସ୍ତଙ୍କୁ ଅନୁଗୁଳରୁ ଉଠାଇ ଆଣିଛି ପୁଲିସ । ହତ୍ୟାକାଣ୍ଡସହ ସମାନଙ୍କ ସମ୍ପର୍କ ଅଛି କି ନାହିଁ ସେନେଇ ପୋଲିସ୍ ଜେରା କରୁଛି । ଅକ୍ଟୋବର ୨୯ ରାତିରେ ରାତିରେ ସୁନ୍ଦରଗଡ଼ ସଦରଥାନା କରମଡିହି ପଞ୍ଚାୟତ ପଡ଼ିଆରେ ଶୋଇଥିବାବେଳେ ମହାରାଷ୍ଟ୍ର ଯାଯାବର ଗୋଷ୍ଠୀ ଉପରେ ଭୁଜାଲି ଦ୍ବାରା ଆକ୍ରମଣ କରିଥିଲେ ତାମିଲନାଡୁର ଯାଜାବର ଗୋଷ୍ଠୀ । ଏଥିରେ ୩ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ମହାରାଷ୍ଟ୍ର ଯାଜାବର ଗୋଷ୍ଠୀ ଅବିନାଶ ପୱାରଙ୍କ ଦ୍ବିତୀୟ ପତ୍ନୀଙ୍କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ମଙ୍ଗଳବାର ରାତିରେ ତାମିଲନାଡୁ ଗୋଷ୍ଠୀର ଲୋକ ଆକ୍ରମଣ କରିଥିଲେ । ମହାରାଷ୍ଟ୍ର ଯାଯାବର ଗୋଷ୍ଠୀର ୫ ଜଣଙ୍କୁ ଯୋଜନବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଛନ୍ତି ତାମିଲନାଡୁର ଯାଯାବର ଗୋଷ୍ଠୀ । ପୋଲିସ ସେମାନଙ୍କୁ ଖୋଜୁଥିବାବେଳେ ୧୨ ଜଣଙ୍କୁ ଅଟକ ରଖି ଜେରା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe