କନକବ୍ୟୁରୋ : ପୁଣି ୧୦୮ ଯୋଗୁଁ ଗଲା ଜୀବନ। ପୋଲସରାରୁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ହିଞ୍ଜିଳିକାଟୁ ନିକଟରେ ଖରାପ ହେବାରୁ ଚାଲିଗଲା ଜୀବନ । ବୁଗୁଡ଼ା ଭିମିଶିଆଳି ଗାଁର ଜଣେ ବ୍ୟକ୍ତି ଶନିବାର ସକାଳେ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ତାଙ୍କୁ କିଛି କାମୁଡି ଥିବା ବେଳେ ସେ ବୁଗୁଡ଼ା ମେଡିକାଲ ରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ କିନ୍ତୁ ପୁଣି ସନ୍ଧ୍ୟାରେ ଦେହ ଅସୁସ୍ଥ ହେବାରୁ ପୋଲସରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।
ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ୧୦୮ ରେ ବ୍ରହ୍ମପୁର ନେବା ବେଳେ ହିଞ୍ଜିଳିକାଟୁ ଶଙ୍ଖ ନିକଟରେ ୧୦୮ ବ୍ରେକ ଡାଉନ୍ ହେବାରୁ ତାଙ୍କୁ ଆସିକାରୁ ୧୦୮ରେ ବ୍ରହ୍ମପୁର ନେବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ୧୦୮ ଆମ୍ବୁଲାନ୍ସର ଅବହେଳା ଯୋଗୁଁ ତାଙ୍କର ମୃତୁ ହୋଇଥିବା ଅଭିଯୋଗ ହୋଇଛି ।
ସେପଟେ ସାଲେପୁରରୁ ଆସିଛି ୧୦୮ ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର। ରୋଗୀ ନେଇ ଯିବା ବେଳେ ଅଧରାସ୍ତାରେ ଖରାପ ହୋଇ ଘଣ୍ଟାଏ ପଡ଼ି ରହିଲା ଆମ୍ୱୁଲାନ୍ସ । ଗୁରୁତର ସାପକାମୁଡା ମହିଳା ରୋଗୀଙ୍କୁ ନେଇ କେନ୍ଦ୍ରାପଡାରୁ କଟକ ଅଭିମୁଖେ ବାହାରିଥିଲା ୧୦୮ ଆମ୍ୱୁଲାନ୍ସ । କଟକ ଚାନ୍ଦବାଲି ରାସ୍ତାର କୁଳିଆ ଛକ ନିକଟରେ ଆମ୍ବୁଲାନ୍ସ ଖରାପ ହୋଇ ପ୍ରାୟ ୧ଘଣ୍ଟା ରି ପଡି ରହିଥିଲା। ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀକୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ୧୦୮ ଆମ୍ବୁଲାନ୍ସ ସେବା ରୋଗୀମାନଙ୍କ ପାଇଁ କେତେ ସୁରକ୍ଷିତ।
---