କନକ ବ୍ୟୁରୋ : ପେଟ୍ରୋଲ ବ୍ୟାରେଲରେ ନିଆଁଲାଗି ଜଳିଗଲା ଘର । ଅଳ୍ପକେ ବର୍ତ୍ତିଲେ ପରିବାର । ଗଞ୍ଜାମ ଛତ୍ରପୁର ଥାନା ସୁନ୍ଦରପୁର ଗାଁର ବାଲିସାହିରେ ଏଭଳି ଅଘଟଣ ଘଟିଛି । ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ସୂଚନା ଅନୁସାରେ ଗାଁର କୃଷ୍ଣଚନ୍ଦ୍ର ସାହୁ ତାଙ୍କ ଘରେ ପେଟ୍ରୋଲ ବ୍ୟାରେଲରେ ରଖି ବିକ୍ରି କରୁଥିଲେ । କୌଣସି କାରଣବଶତଃ ସେହି ପେଟ୍ରୋଲ ବ୍ୟାରେଲ ଫାଟି ଯାଇଥିଲା । ସେଥିରେ ନିଆଁଲାଗି ଘରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଘରେ ଥିବା ବହୁ ଆସଭାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ହେଲେ ସୌଭାଗ୍ୟବସତଃ ପରିବାର ଲୋକଙ୍କ କୌଣସି କ୍ଷତି ହୋଇନାହିଁ । ଖବର ପାଇ ଛତ୍ରପୁରରୁ ଦୁଇଟି ଅଗ୍ନିଶମ ଗାଡି ପହଂଚି ନିଆଁକୁ ଆୟତ୍ତ କରିଛନ୍ତି ।
ସେପଟେ ନିଆଁ ଲାଗିବାର ଆଉ ଏକ ଖବର ବି ସାମ୍ନାକୁ ଆସିଛି, ରୋଷେଇ ଗ୍ୟାସରୁ ନିଆଁ ଲାଗି ୩ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପୁରୀ ଜିଲ୍ଲା ଗୋପ ଥାନାଠାରୁ ମାତ୍ର ୫ଶହ ମିଟରରେ ଥିବା ବଣିଆସାହିରେ ଏହି ଅଘଟଣ ଘଟିଛି । ଗୋପ ଯମରା ଗାଁର ନାରାୟଣ ମଲ୍ଲିକ ତାଙ୍କ ପରିବାର ସହିତ ବଣିଆସାହିରେ ଭଡ଼ାଘରେ ରହି ଆସୁଥିଲେ । ରାତିରେ ସ୍ୱାମୀ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଅସାବଧାନତା ବଶତଃ ଉଭୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ନାରାୟଣଙ୍କ ସଢୁ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ନିଆଁର ଶିକାର ହୋଇଥିଲେ । ତୁରନ୍ତ ଗ୍ରାମବାସୀଙ୍କ ଦ୍ୱାରା ଉଭୟଙ୍କୁ ଗୋପ ମେଡିକାରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୩ ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସ୍ୱାମୀ-ସ୍ତ୍ରୀଙ୍କ ଶରୀରର ୪୦ରୁ ୫୦ ଭାଗ ପୋଡି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/15/44-2025-08-15-11-51-03.jpg)