କନକ ବ୍ୟୁରୋ: ବଲାଙ୍ଗୀରରେ ଚାଞ୍ଚଲ୍ୟ। ଲାଠୋରରୁ ଆସିଲା ଅନ୍ଧବିଶ୍ବାସର ଆଉ ଏକ ଅଭିଶପ୍ତ ଅଧ୍ୟାୟର ଲୋମଟାଙ୍କୁରା କାହାଣୀ। ଗତକାଲିଠାରୁ ଲାଠୋରରୁ ନିଖୋଜ ଥିବା ୧୩ ବର୍ଷୀୟ ସୋମନାଥଙ୍କର ଆଜି ମିଳିଛି ମୃତଦେହ। ଝାଲିଆ ଲିଟି ବୁଢା ଡଙ୍ଗର ପାହାଡରୁ ମିଳିଛି ସୋମନାଥଙ୍କ ମରଶରୀର। କିନ୍ତୁ ପାହାଡ ଉପରୁ ମୃତଦେହ ମିଳିବାରୁ ସୋମନାଥଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିଛି।
ପରିବାର ଲୋକ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ପୁଅକୁ ଅପହରଣ କରି ଦିଆଯାଇଛି ବଳି। ପୁଅର ଛାତିରେ ବଡ ଆଘାତ ଥିବା କହିଛନ୍ତି ମୃତ ନାବାଳକ ସୋମନାଥଙ୍କ ବାପା। ତେବେ ନୀରିହ, ନିଷ୍ପାପ ସୋମନାଥଙ୍କୁ କିଏ ମାରିଲା ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ?
ସୋମନାଥଙ୍କ ମୃତଦେହ ମିଳିବା ପରେ ସନ୍ଧାନୀ କୁକୁର ଜରିଆରେ ତଦନ୍ତ ଆରମ୍ଭ କରିଛି ପୋଲିସ। ସନ୍ଧାନୀ କୁକୁର ବାରମ୍ବାର ଜଲ ପାକେଲ ଗାଁରେ ଥିବା ଡୋଳାମଣି ରଣାଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘରେ ତାଲା ମରା ହୋଇଥିବାରୁ ଭିତରକୁ ପ୍ରବେଶ କରିବାରେ ବିଫଳ ହୋଇଛି ପୋଲିସ। ତେବେ ଡୋଳାମଣିଙ୍କୁ ପାଖ ଗାଁରୁ ଧରିବା ସହ ଅଟକ ରଖି ପଚରାଉଚରା କରୁଛି ଲାଠୁର ପୋଲିସ। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ।
ବିଡମ୍ବନାର କଥା ହେଉଛି, ଏକବିଂଶ ଶତାବ୍ଦୀରେ ବି ବିଜ୍ଞାନ ଓ ଅନ୍ଧବିଶ୍ବାସ ଭିତରେ ଲଢେଇ ଚାଲିଛି। ମୃତ ସୋମନାଥଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ସତ ହୋଇଥିଲେ ଏହା ଭାରି ସାଂଘାତିକ। ତେବେ ପୋଲିସ ପାଇଁ ଚ୍ୟାଲେଞ୍ଜ, କେତେ ଶୀଘ୍ର ଏହି ସନ୍ଦେହ ଉପରୁ ହଟାଇବ ପରଦା....
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/10/18/tEpMd14MAWG3qOLBOxO7.jpg)