ମହାଦାନୀ ସାବିତ୍ରୀ ;  କ୍ରିକେଟ ପାଇଁ ଦାନ କଲେ ୫ ଏକର ମୂଲ୍ୟବାନ୍ ଜମି

ଯାହା ସରକାର କରପାରିଲେନି ସାବିତ୍ରୀ ମାଝୀ କରି ଦେଖାଇଲେ । ନୂଆପଡା ସିଙ୍ଗଝର ଗାଁର ସାବିତ୍ରୀ ମାଝୀ , ପିଲାଙ୍କ କ୍ରିକେଟ ଖେଳ ପାଇଁ ଦାନ କରିଦେଲେ ୫ ଏକର ଜମି।

Sabitri Majhi , the Philanthropist .

Sabitri Majhi , the Philanthropist . Photograph: (KanakNews)

କନକ ବ୍ୟୁରୋ: ଯାହା ସରକାର କରପାରିଲେନି ସାବିତ୍ରୀ ମାଝୀ କରି ଦେଖାଇଲେ । ନୂଆପଡା ହେଡକ୍ବାର୍ଟରଠାରୁ ପାଖାପାଖି ୧୦୮ କିମି ଦୂର ସିଙ୍ଗଝର ଗାଁର ସାବିତ୍ରୀ ମାଝୀ। ବୟସ ୯୫ ଛୁଇଁଲାଣି । ମନରେ  କିନ୍ତୁ ନାହିଁନଥିବା ଦମ୍ଭ । ଶେଷ ନିଃଶ୍ବାସ ଥିବା ଯାଏଁ ସମାଜ ପାଇଁ ଭଲ କାମ କରିବାର ଦୁର୍ବାର ଇଚ୍ଛା। ଆଜି ଯାଏଁ ସରକାର, ନେତା ମନ୍ତ୍ରୀ ବୁଝିଲେନି କି କରିପାରିଲେନି ତାକୁ କରିଦେଖାଇଲେ ସାବିତ୍ରୀ ମା’ । ପିଲାମାନେ କ୍ରିକେଟ ଖେଳିବେ ବୋଲି ଗୁଣ୍ଠେ କି ଦି ଗୁଣ୍ଠ ନୁହେଁ ପୂରା ୫ ଏକର ମୂଲ୍ୟବାନ୍ ଜମିକୁ ଦାନ କରିଦେଇଛନ୍ତି । 

ଦର୍ଶକ ବନ୍ଧୁ! ଆପଣମାନେ ହୁଏତ ଜାଣିଥିବେ ନୂଆପଡା ସିଙ୍ଗଝର ଗାଁ ଖେଳ ପାଇଁ ବେଶ୍ ନାଁ କରିଛି । ଏଠି ବିଭିନ୍ନ ସମୟରେ ଅନୁଷ୍ଠିତ ହୁଏ ହକି, ଫୁଟବଲ, କବାଡି ଭଳି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ। ସବୁଠୁ ବଡ କଥା ହେଲା ଏଠି ଦୀର୍ଘ ୫୦ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ବୁଢା ରଜା  ଇଣ୍ଟର ଷ୍ଟେଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏଥିରେ ସିଙ୍ଗଝର ଖେଳାଳିଙ୍କ ସହ ଭାଗ ନିଅନ୍ତି କଟକ, ଭୁବନେଶ୍ବର ରାୟପୁର, ବିଲାସପୁର ଓ ପଡୋଶୀ ଝାରଖଣ୍ଡର ଖେଳାଳି । ହେଲେ ଖେଳ ପାଇଁ ହାରିଗୁହାରୀ ହୋଇ ଖେଳ ପଡିଆ କରିବାକୁ ଗାଁ ଲୋକଙ୍କ ଜମିକୁ ଭଡାରେ ନିଅନ୍ତି । କ୍ରିକେଟ ଖେଳ ପାଇଁ ବେଶ୍ ନାଁ କରିଥିବା ସିଙ୍ଗଝରରେ ଏକ ଖେଳ ପଡିଆ ପାଇଁ ବାରମ୍ବାର ସରକାରଙ୍କୁ ଜଣାଇଲେ ବି କେହି ଶୁଣିବାକୁ ନାରାଜ । ନିର୍ବାଚନ ସମୟରେ ପ୍ରଚାର କରିବାକୁ ଆସୁଥିବା ନେତାଙ୍କୁ ଖେଳ ପଡିଆଟେ ପାଇଁ କହିଲେ ସେମାନେ ହଁ ଭରିଦେଇଯାଆନ୍ତି ସିନା ହେଲେ ବୁଲି ଗଲେ ସବୁ ଭୁଲିଯାଆନ୍ତି । କିନ୍ତୁ ଗାଁ ପିଲାଙ୍କ ଦୁଃଖ ବୁଝିଲେ ଏଇ ସାବିତ୍ରୀ ମା’। ଆଉ କ୍ରି କେଟ ପଡିଆ ପାଇଁ ଦାନ କୋଲ ୫ ଏକର ମୂଲ୍ୟବାନ୍ ଜମି। ତାଙ୍କର  ଇଚ୍ଛା ତାଙ୍କ ଗାଁ ପିଲା ଖେଳିଲେ ତାଙ୍କ ମନ , ଦେହ ଭଲ ରହିବ, ଖେଳରେ ନାଁ କରି ସେମାନେ ଆଗକୁ ବଢିବେ।  ସାବିତ୍ରୀ ଏହି ଜମି ଦାନ କରିବା ପରେ ଗାଁ ଲେକାଙ୍କ ମନରେ ନାହିଁନଥିବା ଖୁସି । ସାବିତ୍ରୀଙ୍କ ଏହି ମହାନ କାମକୁ ବିନା ଦ୍ବିଧାରେ ସମର୍ଥନ କରିଛନ୍ତି ତାଙ୍କ ଦୁଇ ପୁଅ । ଏବେ ଏହି ଜମି ଉପରେ ଏକ ମିନି ଷ୍ଟାଡିୟମ କରିବାକୁ ଦାବି ରଖିଛନ୍ତି ସ୍ଥାନୀୟ ବାସିନ୍ଦା।
 
ଆପଣ ଭାବୁଥିବେ ଖେଳ ପାଇଁ ଜମି ଦେଲେ ବୋଲି ସାବିତ୍ରୀ କ’ଣ ମହାଦାନୀ ହୋଇଗଲେ। ଦର୍ଶକ ବନ୍ଧୁ ! ଖାଲି କ୍ରିକେଟ ପାଇଁ ଗାଁର ପିଲାଙ୍କ ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା, ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସେବା ପାଇଁ ପ୍ରାଇମେରୀ ସ୍କୁଲ, ହାଇସ୍କୁଲ, କଲେଜ, ମେଡିକାଲ ସବୁ ପାଇଁ ଜମି ଦାନ କରିଛନ୍ତି ସାବିତ୍ରୀ ମାଝୀ। ଖାଲି ଏତିକି ନୁହେଁ ଗାଁରେ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଜାଗା ଦାନ କରିଛନତି ସାବିତ୍ରୀ। ଟିକେ ଚିନ୍ତା କଲେ, ଯେଉଁଠି ହାତେ ଚାଖଣ୍ଡେ ଜାଗା ପାଇଁ ହଣାକଟା , ମାରପିଟ୍ ହେଉଛନ୍ତି ସେଠି ସମାଜର କଲ୍ୟାଣ , ଗାଁର ଉନ୍ନତି ପାଇଁ ଏକର ଏକର ଜମି ଦାନ କରୁଥିବା ସାବିତ୍ରୀ ମା’ କ’ଣ ସତରେ ମହାଦାନୀ ନୁହଁନ୍ତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe