କନକ ବ୍ୟୁରୋ : ବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗବତ କହିଛନ୍ତି। ରବିବାର ମୁମ୍ବାଇରେ ଆର୍ଏସ୍ଏସ୍ର ଶତବାର୍ଷିକୀ ପାଳନ ପାଇଁ ଆୟୋଜିତ ଦୁଇଦିନିଆ ବକ୍ତୃତା କାର୍ଯ୍ୟକ୍ରମ - ‘ସଂଘ ଯାତ୍ରାର ୧୦୦ ବର୍ଷ - ନୂତନ ଦିଗନ୍ତ’ ଅବସରରେ ଭାଗବତ କହିଛନ୍ତି, ସାବରକରଙ୍କୁ ଭାରତରତ୍ନ ମିଳିଲେ ଭାରତରତ୍ନର ମର୍ଯ୍ୟାଦା ବଢ଼ିଯିବ। ଦୀର୍ଘଦିନ ହେଲା ଅନେକ ସଙ୍ଗଠନ ଓ ବ୍ୟକ୍ତିବିଶେଷ ହିନ୍ଦୁତ୍ବ ଆଦର୍ଶବାଦୀ ବିନାୟକ ଦାମୋଦର ସାବରକରଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବି କରିଆସୁଛନ୍ତି। ସାବରକରଙ୍କୁ ଭାରତରତ୍ନ ଦିଆଯିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଭାଗବତ କହିଥିଲେ, ମୁଁ ଏହି କମିଟିରେ ନାହିଁ, ଯଦି ମୋତେ ସୁଯୋଗ ମିଳେ ମୁଁ ନିଶ୍ଚୟ ଏଥିପାଇଁ ଦାବି କରିବି। ଏହାପରେ ସେ କହିଥିଲେ, ଯଦି ସାବରକରଙ୍କୁ ଭାରତରତ୍ନ ପ୍ରଦାନ କରାଯାଆନ୍ତା ତେବେ ଏହି ସମ୍ମାନର ମର୍ଯ୍ୟାଦା ଆହୁରି ବଢ଼ିଯାଆନ୍ତା। ସାବରକର ଲୋକଙ୍କ ହୃଦୟରେ ଅଛନ୍ତି ବୋଲି ସେ କହିଥିଲେ।
ସାବରକରଙ୍କୁ ଭାରତ ରତ୍ନ ମିଳିଲେ ‘ଭାରତ ରତ୍ନ’ର ମର୍ଯ୍ୟାଦା ବଢ଼ିବ: ଭାଗବତ
Advertisment
Follow Us